ଜଳିଗଲା ଯାତ୍ରୀବାହୀ ବସ

ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଜଳିଗଲା ଯାତ୍ରୀବାହୀ ବସ। ଓଭରବ୍ରିଜର ପୋଲରେ ପିଟି ହେବାରୁ ବସଟି ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଲଲିତା ନାମକ ଯାତ୍ରୀବାହୀ ବସଟି ବରମୁଣ୍ଡା ବସଷ୍ଟାଣ୍ଡକୁ ଫେରୁଥିଲା। ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବାବେଳେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।