ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୂକମ୍ପ

(ହିଞ୍ଜିଳି/ ରଜନୀକାନ୍ତ ପାତ୍ର): ଆଜି ସକାଳୁ ସକାଳୁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଗଞ୍ଜାମର ପାତ୍ରପୁରରେ ଓ ଗଜପତିର ମୋହନାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ଥିଲା ୩.୮। ଭୂକମ୍ପ ଯୋଗୁଁ ଭୟରେ ଲୋକେ ଘରୁ ବାହାରି ଆସିଥିଲେ।