(ମୃତ୍ୟୁଞ୍ଜୟ ଭୋଇ/ହରପ୍ରସାଦ ବିଷୋୟୀ )ଭୁବନେଶ୍ୱର: ନେତା ମାନୁ ନାହାନ୍ତି ନୂଆ ମୋଟରଯାନ ନିୟମ । ଗୋଟେପଟେ ସାଧାରଣ ଲୋକ ନିୟମ ଭାଙ୍ଗି ହଜାର ହଜାର ଟଙ୍କା ଜରିମନା ଦେଉଥିବା ବେଳେ ଅନ୍ୟପଟେ ବଡ଼ ବଡ଼ ନେତାଙ୍କ ଆଗରେ କାମ କରୁନି ଟ୍ରାଫିକ ନିିୟମ । ଗତ ଦୁଇଦିନ ତଳେ ନାଲକୋ ଛକ ଠାରେ ଏକ ଅଟୋ ନିୟମ ଉଲଙ୍ଘନ କରିଥିବାରୁ ତାକୁ ଦେବାକୁ ପଡ଼ିଥିଲା ମୋଟାଅଙ୍କର ଜରିମାନା । କିନ୍ତୁ ନେତାଙ୍କ କ୍ଷେତ୍ରରେ ଏହା ସମ୍ପୁୁର୍ଣ୍ଣ ଅଲଗା । ଚାରି ଚକିଆ ଯାନରେ ସିଟ୍ ବେଲ୍ଟ ନଥିଲେ ଡ୍ରାଇଭରଙ୍କୁ ଦେବାକୁ ପଡ଼ୁଛି ମୋଟା ଅଙ୍କର ଜୋରିମାନା।କିନ୍ତୁ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ବିନା ସିଟ ବେଲ୍ଟରେ ନେତା ମାନେ ବୁଲୁ ଥିବା ବେଳେ ଏହାରି ଉପରେ ପଡ଼ୁନି କାହାରି ନଜର । କିଛି ନେତା ସିଟ୍ ବେଲ୍ଟ ବାନ୍ଧି ନଥିବା ବେଳେ କ୍ୟାମେରାକୁ ଦେଖି ସିଟ୍ ବେଲ୍ଟ ବାନ୍ଧି ଥିଲେ । ଏଥିରୁ ସ୍ପଟ ବାରି ହୋଇପଡ଼ୁଛିଯେ ସାଧାରଣ ଲୋକ ଜରିମାନାକୁ ଭୟ ଥିବାବେଳେ ନେତାଙ୍କୁ କିନ୍ତୁ କ୍ୟାମେରାକୁ ଭୟ ।