ଜୟପୁର : ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ଟିନା ଡାବି ଏବଂ ତାଙ୍କ ଆଇଏଏସ ସ୍ବାମୀ ଅଥର ଅମିରଙ୍କ ମଧ୍ୟରେ ଛାଡପତ୍ର ହୋଇଛି। ଉଭୟ ପ୍ରାୟ ୬ ମାସ ପୂର୍ବରୁ ଉଭୟ ପାରସ୍ପରିକ ସମ୍ମତି ଦେଇ ଛାଡପତ୍ର ମାଗିଥିଲେ। ବିବାହର ୩ ବର୍ଷ ପରେ ଆପୋଷ ବୁଝାମଣାରେ ଦୁହିଁଙ୍କ ଛାଡପତ୍ର ହୋଇଛି ।ବୁଧବାର ଜୟପୁର ଫ୍ୟାମିଲି କୋର୍ଟ ଏହାକୁ ମଂଜୁରୀ ଦେଇଛନ୍ତି।
ଛାଡପତ୍ର ପରେ ଲୋକମାନେ ସୋସିଆଲ ମିଡିଆରେ ମନ୍ତବ୍ୟ ଏବଂ ପ୍ରଶ୍ନ ଉଠାଇବା ଆରମ୍ଭ କରିଥିଲେ। ଛାଡପତ୍ର ପରେ ଟିନା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି ଯେ, ଲୋକମାନେ ତୁମ ବିଷୟରେ କଥାବାର୍ତ୍ତା କରିବେ। ତୁମେ କ’ଣ କରୁଛ ସେଥିରେ କିଛି ଫରକ ପଡ଼ିବ ନାହିଁ। ତେଣୁ ତୁମର ଜୀବନକୁ ଉନ୍ନତ ଏବଂ ସୁଖରେ ପରିପୂର୍ଣ୍ଣ କରିବା ପାଇଁ ଯାହା କରିପାରିବ ତାହା କର। ୨୦୧୫ ୟୁପିଏସସି ପରୀକ୍ଷାରେ ଟିନା ଡାବି ପ୍ରଥମ ଏବଂ ଅମିର ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଦୁହେଁ ଅଲଗା ସମ୍ପ୍ରଦାୟର ହୋଇଥିବାରୁ ଉଭୟ ହିନ୍ଦୁ ମହାସଭା ଓ ମୁସଲମାନ୍ ସମ୍ପ୍ରଦାୟର ମୁଖ୍ୟ ଏହାକୁ ବିରୋଧ କରିଥିଲେ । ଏହାକୁ ‘ଲଭ୍ ଜିହାଦ’ର ଆଖ୍ୟାା ଦେଇଥିଲା ହିନ୍ଦୁ ମହାସଭା । ଏସବୁ ସତ୍ୱେ ଦୁହେଁ ୨୦୧୮ ମାର୍ଚ୍ଚରେ ବିବାହ କରିଥିଲେ ।