ଯାଜପୁର : ତାନ୍ତ୍ରୀକ ବେକକୁ ହାଣି ହତ୍ୟା କଲା ଯୁବକ । ହତ୍ୟା ପରେ ଅଭିଯୁକ୍ତ ଯୁବକ ଆତ୍ମସମର୍ପଣ କରିଥିବା ଯଣା ପଡିଛି । ମନ୍ତ୍ର କାମ ନଦେବାରୁ ଠକେଇରେ ପଡିଥିବା ଭାବି ହତ୍ୟା କଲେ ଯୁବକ। ସୁକିନ୍ଦା ଥାନା ବନ୍ଧଗାଁ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଘଟିଛି ଏହି ଘଟଣା ।
ଅଭିଯୁକ୍ତ ଯୁବକର ସ୍ତ୍ରୀ ତାଙ୍କୁ ଛାଡି ବାପଘରେ ରହୁଛନ୍ତି। ସ୍ତ୍ରୀକୁ ମନ୍ତ୍ର ବଳରେ ଫେରାଇ ଆଣିବାକୁ ପ୍ରତିଶୃତି ଦେଇଥିଲେ ତାନ୍ତ୍ରିକ । ତେବେ ଏନେଇ ଯୁବକଙ୍କ ଠାରୁ ବାରମ୍ବାର ଟଙ୍କା ଝଡାଇଥିଲେ ତାନ୍ତ୍ରିକ । ଆଜି ପୁଣି ଆସି ଟଙ୍କା ମାଗିବାରୁ ଧାରୁଆ ଅସ୍ତ୍ରରେ ହାଣି ଦେଇଥିଲେ ଯୁବକ। ସାଇଣ୍ଟିଫିକ ଟିମ୍ ପହଂଚିବା ପରେ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ସୁକିନ୍ଦା ଥାନା ଅଧିକାରୀଙ୍କ ନିକଟରୁ ସୂଚନା ମିଳିଛି।