ଆତଙ୍କୀ ଲଢେଇରେ ଆପଣମାନେ ଟ୍ରେଲର ଦେଖିଛନ୍ତି, ଏବେ ଫିଲ୍ମ ବାକି ରହିଛି: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ: ଗୁଜରାଟ ଭୁଜ ଏୟାର ବେସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏୟାର ବେସରେ ବାୟୁ ସେନା ଯୋଦ୍ଧାଙ୍କୁ ଭେଟିଛନ୍ତି । ଭୁଜ ଗସ୍ତ କରି ପାକିସ୍ତାନକୁ ବଡ ବାର୍ତ୍ତା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।  ଆତଙ୍କୀ ଲଢେଇରେ ଆପଣମାନେ ଟ୍ରେଲର ଦେଖିଛନ୍ତି, ଏବେ ଫିଲ୍ମ ବାକି ରହିଛି । ବ୍ରହ୍ମୋସ ମିସାଇଲର ତାକତକୁ ପାକିସ୍ତାନ ସ୍ବୀକାର କରିସାରିଛି । ଭାରତ-ପାକିସ୍ତାନ ଅସ୍ତ୍ରବିରତିକୁ ୬ ଦିନ ହୋଇଥିବା ବେଳେ ଉଭୟ ପ୍ରଧାନମନ୍ତ୍ରୀ ଓ ରକ୍ଷାମନ୍ତ୍ରୀ ବୀର ଯବାନଙ୍କୁ ବିଭିନ୍ନ ସମୟରେ ଭେଟି ସେମାନଙ୍କ ମନୋବଳ ବଢାଉଛନ୍ତି । ଗତକାଲି ଶ୍ରୀନଗର ଯାଇ ଯବାନଙ୍କୁ ଭେଟିଥିଲେ ରାଜନାଥ । ଗୁରୁବାର ଦିନ ଜମ୍ମୁ କଶ୍ମୀରର ଶ୍ରୀନଗର ଯାତ୍ରା କରି ସେନା ଯବାନଙ୍କୁ ସମ୍ବୋଧିତ କରିଥିଲେ । ଶ୍ରୀନଗରରୁ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଥିଲେ । ସେ କହିଥିଲେ, ପାକିସ୍ତାନ ଆତଙ୍କବାଦୀକୁ ଆଶ୍ରୟ ଦେବା ବନ୍ଦ କରୁ । ଭାରତ ବିରୋଧରେ ଷଡ଼ଯନ୍ତ୍ର ବନ୍ଦ କରୁ ପାକିସ୍ତାନ ବୋଲି କହିଥିଲେ।