ଇଂରାଜୀରେ ଦୁର୍ବଳ ଅଛନ୍ତି କି ? ଆପଣାନ୍ତୁ ଏହି ଚାରୋଟି ଉପାୟ ….

( ରିପୋର୍ଟସଟୁଡେ): ବର୍ତ୍ତମାନ ଯୁଗରେ ଇଂରାଜୀ ଭାଷା ଜାଣିବା ସମସ୍ତଙ୍କ ପାଇଁ ନିତ୍ୟା ଜରୁରୀ ହୋଇଛି। କହିବାକୁ ଗଲେ ଇଂରାଜୀ ଭାଷା ଦ୍ବାରା ଲୋକଙ୍କ ବ୍ୟକ୍ତିତ୍ବ ତଥା ତାଙ୍କ ଶିକ୍ଷାଗତା ଯୋଗ୍ୟାତା ଜଣାପଡ଼ିଥାଏ। ଏଣୁ ଆଜି ଆମେ ଏହି ରିପୋର୍ଟରେ ଶୀଘ୍ର ଇଂରାଜୀ ଶିଖିବାର କିଛି ସହଜ ଏବଂ ସରଳ ଉପାୟ ଆପଣଙ୍କୁ କହିବାକୁ ଯାଉଛୁ।

ପଢ଼ିବା ଅଭ୍ୟାସ

ସବୁଠାରୁ ପ୍ରଥମେ ଆପଣଙ୍କୁ ଇଂରାଜୀ ବହି କିମ୍ବା ଯେକୌଣସି ଇଂରାଜୀରେ ଲେଖା ଛୋଟ ଛୋଟ ଲାଇନ୍ ପଢ଼ିବ ଅଭ୍ୟାସ କରିବାକୁ ପଡ଼ିବ। ଏଥିପାଇଁ ଆପଣ କୌଣସି ଇଂରାଜୀ କମିକ୍ ବା ଛୋଟ ବହିର ସାହାଯ୍ୟ ନେଇପାରିବେ। ଯେଉଁଥିରେ ଛୋଟ ଏବଂ ସରଳ ଶବ୍ଦର ବ୍ୟବହାର କରାଯାଇଥିବ। ଆପଣ ଇ-ବୁକ୍ ମଧ୍ୟ ଡାଉନଲୋଡ଼ କରି ପଢ଼ିପାରିବେ। ଏହା ଦ୍ବାରା ଆପଣଙ୍କ ଭୋକାବୁଲାରୀ ସଠିକ୍ ହୋଇଯିବ।

ଡ଼ିକ୍ସନାରିର ବ୍ୟବହାର

ଯଦି ଆପଣ ଇଂରାଜୀ ପଢ଼ୁଛନ୍ତି ଏବଂ ସେଠାରେ କୌଣସି ଶବ୍ଦ ବୁଛିପାରୁ ନାହାନ୍ତି ତେବେ ଆପଣ ଏକ ଡିକ୍ସନାରିର ସାହାଯ୍ୟ ନେଇପାରିବେ। ଆପଣ ଏଥିପାଇଁ ସ୍ମାର୍ଟଫୋନରେ ମିଳୁଥିବା ଡିକ୍ସନାରିର ବ୍ୟବହାର ମଧ୍ୟ କରିପାରିବେ।
ଦୈନିକ କରନ୍ତୁ ଅଭ୍ୟାସ
ଯେକୌଣସି ଜିନିଷକୁ ବାରମ୍ବାର ଅଭ୍ୟାସ କରିବା ଦ୍ବାରା ତାହା ସଠିକ ହୋଇଥାଏ। ଏଣୁ ଇଣାଜି ପଢ଼ିବା ଏବଂ ଲେଖିବା ଅଭ୍ୟାସ ଦୈନିକ ଭାବେ କରନ୍ତୁ। ଏହାଦ୍ବାରା ଆପଣଙ୍କ ଆତ୍ମବିଶ୍ବାସ ବଢ଼ିବା ସହ ଇଂରାଜୀ କହିବା ଏବଂ ଲେଖିବାରେ ସଂଙ୍କୋଚ ରହିବ ନାହିଁ।

ଇଣ୍ଟରନେଟର କରନ୍ତୁ ବ୍ୟବହାର

ଆପଣ ଇଂରାଜୀ ପଢ଼ିବା ତଥା ଲେଖିବାର ଅଭ୍ୟାସ ଇଣ୍ଟରନେଟ ମିଳୁଥିବା ବେସିକ୍ ଟ୍ରେନିଂ ଭିଡ଼ିଓ ମାନଙ୍କରୁ ଶିକ୍ଷା କରିପାରିବେ। ଏଣୁ ବର୍ତ୍ତମାନ ସମୟରେ ଇଂରାଜୀ ଶିକ୍ଷା କରିବାର ସବୁଠାରୁ ସହଜ ଉପାୟ ହେଉଛି ଇଣ୍ଟରନେଟ।