(ଶିଳାସ୍ମିତା ରାୟ) ଭୁବନେଶ୍ୱର: କୌଣସି କମ୍ପାନୀ ଆରମ୍ଭ ହେବା ପରେ ଫଣ୍ଡ ଯୋଗାଡ ସବୁଠାରୁ ବଡ ଚ୍ୟାଲେଞ୍ଜ ହୋଇଥାଏ । ନିକଟରେ ଏକ ଅଧ୍ୟୟନ ଅନୁଯାୟୀ ଯେଉଁ ଷ୍ଟାର୍ଟଅପର ସଂସ୍ଥାପକଙ୍କ ମଧ୍ୟରେ ଜଣେ ମହିଳା ରହିଥାନ୍ତି, ତାକୁ କେବଳ ପୁରୁଷ ସଂସ୍ଥାପକ ଥିବା ଷ୍ଟାର୍ଟଅପକୁ ଅଧିକ ଫଣ୍ଡିଂ ମିଳିଥାଏ । କାମ୍ଫମେନ ଫେଲୋ ରିସର୍ଚ୍ଚ ସେଣ୍ଟରର ଦୁଇ ବର୍ଷର ଗବେଷଣା ପରେ ଏହି ତଥ୍ୟ ସାମ୍ନାକୁ ଆସଛି । ମହିଳା ଥିବା କମ୍ପାନୀକୁ ଫଣ୍ଡ ଯୋଗାଡ କରିବାରେ ସହଜ ହୋଇଥାଏ । ଏପରି କମ୍ପାନୀ ୧.୬୧ ଅରବ ଟଙ୍କା ପୁଞ୍ଜି ସଂଗ୍ରହ କରିପାରନ୍ତି । ଯେତେବେଳେ କି, କେବଳ ପୁରୁଷ ସଂସ୍ଥାପକ ଥିବା କମ୍ପାନୀକୁ ୧.୨୬ ଅରବ ଟଙ୍କା ନିବେଶ କରିବାକୁ ମଳିଥାଲ । ଅଧ୍ୟୟନରୁ ଜଣାପଡିଛି, କମ୍ପାନୀ ଆରମ୍ଭ କରିବା ସମୟରେ ଦୁଇ ପକ୍ଷର କାମ ଏକ ପ୍ରକାର ହୋଇଥିଲେ ମଧ୍ୟ ମହିଳାଙ୍କ କମ୍ପାନୀ ଉପରେ ନିବେଶକ ଅଧିକ ବିଶ୍ୱାସ କରିଥାନ୍ତି । ଏହି ସର୍ଭେ ସମୟରେ ଅଧ୍ୟୟନକାରୀ ୨୦୦୧ରୁ ୨୦୧୮ ମଧ୍ୟରେ ୯୦ ହଜାର ଆମେରିକୀୟ ନିବେଶକ କମ୍ପାନୀଙ୍କ ସଂଖ୍ୟାକୁ ଅନୁଧ୍ୟାନ କରିଛନ୍ତି ।