ରାଇରଙ୍ଗପୁର-: ଦିନକୁ ଦିନ ସାପ କାମୁଡା ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ମୟୁରଭଞ୍ଜ ଜିଲ୍ଲା ବଖମନଘାଟୀ ଉପଖଣ୍ଡରେ ସପ୍ତାହକ ମଧ୍ୟରେ ଦୁଇଟି ଶିଶୁ ଏବଂ ଜଣେ ମହିଳାଙ୍କ ମୃତ୍ୟୁ ଘଟିଲାଣି । ସୂଚନାଯୋଗ୍ୟ ଯାମଦା ଥାନା ଅନ୍ତର୍ଗତ ମାନବୀର ପଞ୍ଚାୟତର ରାମ ସିଂଙ୍କ ପତ୍ନୀ ଯୁମୁନା ରାତିରେ ଶୋଇଥିଲେ ହେଲେ ସକାଳେ ହେବାରୁ ନ ଉଠିବାରୁ ତାଙ୍କୁ ତୁରନ୍ତ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଯାମଦା ପୋଲିସ ଏକ ଅପମୃତ୍ୟୁ ମାମଲାରେ କେଶ ନମ୍ବର ୪/୨୫ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଥିଲା ଏବଂ ଶବ ବ୍ୟବଛେଦ କରି ଜାଣିବାକୁ ପାଇ ଥିଲେ ଯେ ସାପ କାମୁଡ଼ାରେ ତାଙ୍କ ଜୀବନ ଯାଇଛି ଏବଂ ଶାବଟିକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।