ଅଂଶୁଘାତରେ ମହିଳାଙ୍କ ମୃତ୍ୟୁ

ରାଇରଙ୍ଗପୁର/ସତ୍ୟାନାରୟଣ ପାଲ : ଅଂଶୁଘାତରେ ମହିଳା ମୃତ । ଏଭଳି ଘଟିଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଵିଜାତଳା ବ୍ଳକର କାକୁଡିରାମା ଗ୍ରାମରେ । ତେବେ ଜନୈକ ମହିଳାଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ , ଆଜି କାକୁଡିରାମା ଗ୍ରାମର ରାମଚନ୍ଦ୍ର କିସ୍ କୁ ଓ ତାଙ୍କ ଦିତୀୟ ପତ୍ନୀ ଲତା ପିଙ୍ଗୁଆ(୨୬) ଗାଁ ପାଖରେ ଆଦିବାସୀଙ୍କ ପାରମ୍ପରିକ କାତିଖେଳ ଦେଖିବାକୁ ଯାଇଥିଲେ । ଅପରାହ୍ନ ରେ ଖେଳ ଦେଖୁଥିବାବେଳେ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଘରକୁ ଅଣା ଯାଇଥିଲା ସେଠାରୁ ରାଇରଙ୍ଗପୁର ଡାକ୍ତରଖାନାକୁ ଅଣା ଯାଇଥିବାବେଳେ ରାସ୍ତାରେ ପ୍ରାଣବାୟୁ ଉଡି ଯାଇଥିଲା ବୋଲି ସ୍ଵାମୀ ରାମଚନ୍ଦ୍ର କିସ୍ କୁ ସୂଚନା ଦେଇଥିଲେ। ଡ଼ାକ୍ତରଖାନାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଗୋରୁମହିଷାଣୀ ପୋଲିସ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୬/୨୫ ରୁଜୁ କରି ଆଜି ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।