ପୁରୀ- ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଏୟାର କ୍ରାଫ୍ଟ । ବିଭିନ୍ନ ସମୟରେ ଡ୍ରୋନ ଉଡ଼ିବା ନଜରକୁ ଆସୁଥିବା ବେଳେ ଏବେ ଏୟାରକ୍ରାଫ୍ଟ ଉଡିବା ଶ୍ରୀମନ୍ଦିର ସୁରକ୍ଷା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶ୍ରୀମନ୍ଦିର ଭିତରେ ଓ ବାହାରେ ଶହଶହ ପୋଲିସ, ଫୋର୍ସ ମୁତୟନ ହୋଇଥିବା ବେଳେ ଏଭଳି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ଶ୍ରୀମନ୍ଦିର ଠାରୁ ଅତି ନିକଟରେ ଉଡୁଥିଲା ବିମାନ । ରାତିରେ ଏହାକୁ ଡ୍ରୋନବୋଲି ଆଶଙ୍କା କରାଯାଉଥିବା ବେଳେ ତାହା ଡ୍ରୋନ ନୁହେଁ ଏୟାର କ୍ରାଫ୍ଟ ବା ବିମାନ ବୋଲି ଜଣାପଡ଼ିଛି । ପୁରୀ ଏସପି ପ୍ରତୀକ ସିଂ ମଧ୍ୟ ଏହାକୁ ଅନୁଧ୍ୟାନ କରିବା ପରେ ଏହା ବିମାନ ବୋଲି ସ୍ପଷ୍ଟ କରିଛନ୍ତି । ତେବେ ଏହି ବିମାନ କାହାର ଏବଂ କେଉଁ ଉଦ୍ଦେଶ୍ୟରେ ଶ୍ରୀମନ୍ଦିରର ନିଷିଦ୍ଧାଞ୍ଚଳରେ ଉଡୁଥିଲା ତାହାର ତଦନ୍ତ କରାଯାଉଛି ବୋଲି ଏସପି କହିଛନ୍ତି ।