କାଳବୈଶାଖୀ ପ୍ରଭାବ : ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
ଦିନକୁ ଦିନ ତାତି ବଢ଼ିବାରେ ଲାଗିଥିଲା ଏବେ ଏଥିରୁ ମୁକ୍ତି ମିଳିଛି ।
(ଭୁବନେଶ୍ୱର) : ଦିନକୁ ଦିନ ତାତି ବଢ଼ିବାରେ ଲାଗିଥିଲା ଏବେ ଏଥିରୁ ମୁକ୍ତି ମିଳିଛି । କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ ।

ଅନ୍ୟପଟେ ମେ’ରେ ବାତ୍ୟା ଡରାଇଲାଣି । ୪ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବା ସହ ୬ ରେ ଅବପାତ ଓ ୭ରେ ଅଧିକ ଘନିଭୂତ ହୋଇ ବାତ୍ୟା ରୂପ ନେବ ।

ତଥାପି ୪୩ ଡିଗ୍ରୀ ଉପରେ ୫ଟି ସହର ଥିବା ବେଳେ ୪୦ ଡିଗ୍ରୀ ଉପରେ ରହିଛି ୧୫ ସହର ।