୨୬ରୁ ଆସିବ ବନ୍ୟା , ବୃଦ୍ଧି ପାଇବ ଜଳସ୍ଥର
ବଙ୍ଗୋପସାଗରରେ ପ୍ରବଳ ଲଘୁଚାପ ହେତୁ ୨୬ରୁ ପ୍ରବଳ ରୁ ଅତି ପ୍ରବଳ ବରଷିବ । ବେଶି ବର୍ଷିବ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ।
(ମହାନଦୀ) : ବଙ୍ଗୋପସାଗରରେ ପ୍ରବଳ ଲଘୁଚାପ ହେତୁ ୨୬ରୁ ପ୍ରବଳ ରୁ ଅତି ପ୍ରବଳ ବରଷିବ । ବେଶି ବର୍ଷିବ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ। ମାସ ଶେଷରେ ବୁଡ଼େଇବ। ଏହା ପ୍ରଭାବରେ ସେପ୍ଟେମ୍ବର ଶେଷ କିମ୍ବା ଅକ୍ଟୋବର ପହିଲାବେଳକୁ ରାଜ୍ୟରେ ବଡ଼ ବନ୍ୟା ଆସିପାରେ। ବର୍ତ୍ତମାନ ସବୁ ନଦୀର ଜଳପତ୍ତନ ବୃଦ୍ଧି ପାଇଛି। ଏବେ ବନ୍ୟା ଆଶଙ୍କା ଟଳି ଯାଇଥିବାବେଳେ ଆଗକୁ ଲଗାଣ ବର୍ଷା ସମ୍ଭାବନା ଥିବାରୁ ପୁଣି ନଈଗୁଡ଼ିକ ଫୁଲିପାରେ ।
ସୂଚନାନୁଯାୟୀ ,ବର୍ତ୍ତମାନର ଘୂର୍ଣ୍ଣିବଳୟ ପ୍ରଭାବରେ ମଙ୍ଗଳବାର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜାଗାରେ ବର୍ଷା ହେବ । କିଛି ଜାଗାରେ ପ୍ରବଳ ବର୍ଷା ହୋଇପାରେ। ବର୍ତ୍ତମାନ ପ୍ରତିଦିନ କିଛି କିଛି ଜାଗାରେ ବର୍ଷା ଜାରି ରହିବ। ୨୪ ତାରିଖବେଳକୁ ମିଆଁମାର ଉପକୂଳ ପାଖରେ ଏକ ଘୂର୍ଣ୍ଣିବଳୟସୃଷ୍ଟି ହୋଇପାରେ । ଏହା ୨୫ ତାରିଖରେ ଲଘୁଚାପରେ ପରିଣତ ହେବା ସହ ଆସନ୍ତା ୨୬ ତାରିଖବେଳକୁ ଓଡ଼ିଶାର ଭଦ୍ରକ ଉପକୂଳରେ ସ୍ଥଳଭାଗ ଛୁଇଁପାରେ । ଏହା ପ୍ରଭାବରେ ୨୫ରେ ଅଳ୍ପ ବର୍ଷା ହେବ। ହେଲେ ୨୬ରେ ଉପକୂଳ ଓଡ଼ିଶାରେ ବର୍ଷିବ । ବେଶି ବର୍ଷା ହେବ ଉତ୍ତର ଉପକୂଳ ଓଡ଼ିଶାରେ ।