(ମମତା ସାମଲ)ରିପୋର୍ଟସଟୁଡେ: ଝରଣାରୁ ପାଣି ଝରିବା ସ୍ୱାଭାବିକ କଥା । ହେଲେ ଝରଣାରୁ ନିଆଁ ଝରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ । କିନ୍ତୁ ଏହା ସମ୍ପୂର୍ଣ୍ଣ ସତ । କାର୍ଲିଫୋର୍ଣ୍ଣିଆରେ ରହିଛି ଏଭଳି ଏକ ଝରଣା । ଏହି ଝରଣାରେ ନିଆଁ ଭଳି ଲାଲ ରଙ୍ଗର ପାଣି ୧୫୬୦ ଫୁଟ ଉଚ୍ଚରୁ ତଳକୁ ପଡିଥାଏ । ଏହି ଝରଣା ସ୍ଥାନୀୟ ୟେସୋମିଟି ଜାତୀୟ ଉଦ୍ୟାନରେ ରହିଛି । କ୍ୟାପ୍ଟେନ ପାହାଡ଼ରୁ ଏହା ପ୍ରବାହିତ ହେଉଛି । ଲୋକେ ଏହାକୁ ଫାୟାର ଫଲ କହିଥାନ୍ତି । ତେବେ ପ୍ରତିବର୍ଷ ଫେବୃଆରୀ ମାସର ଶେଷ ସପ୍ତାହରେ ଏଭଳି ଦୃଶ୍ୟ ସୂର୍ୟ୍ୟାସ୍ତ ସମୟରେ ଦେଖାଯାଇଥାଏ । ଏହି ସମୟରେ ଅସ୍ତ ସମୟରେ ଲାଲ ରଂଗର ସୂର୍ୟ୍ୟ ରଶ୍ମୀ ଝରଣା ପାଣିରେ ପ୍ରତିଫଳିତ ହୋଇଥାଏ । ଫଳରେ କିଛି ସମୟ ପାଇଁ ଝରଣାର ପାଣି ରଡ଼ ନିଆଁ ଭଳି ଲ।ଲ ଦିଶିଥାଏ ।