ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ପ୍ରମୋଦ ପତି ଫାଉଣ୍ଡେସନ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଯାଜପୁର ଜିଲ୍ଲା ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ପକ୍ଷରୁ ଏକ ଜଳ ଛତ୍ର କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ରସୁଲପୁର ବ୍ଲକର ପ୍ରସିଦ୍ଧ କୁଆଖିଆ ମେଲଣ ରେ ଆସୁଥିବା ଶହ ଶହ ଜନସାଧାରଣଙ୍କ ହିତ ଦୃଷ୍ଟି କୋଣରୁ ଦହି ପଣା ର ବ୍ୟବସ୍ଥା କରାଯାଇଛି । ପରେ ପର୍ଯ୍ୟାୟ କ୍ରମେ ଆଗକୁ ଏହି ଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି । କାର୍ଯ୍ୟକ୍ରମ ପରିଚାଳନାରେ ଫାଉଣ୍ଡେସନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।
