(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ରିଲିଜ୍ ହେଲା ‘ଓ୍ଵାର’ ଫିଲ୍ମର ପ୍ରଥମ ଗୀତ । ଏହି ଗୀତର ବୋଲ ରହିଛି ‘ଘୁଙ୍ଗୁରୁ’ । ଗୀତରେ ହ୍ରିତିକ୍ ରୋଶନ ଓ ବାଣୀ କପୁରଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଗୀତକୁ ଗାଇଛନ୍ତି ଅରଜିତ୍ ସିଂହ ଓ ଶିଳ୍ପା ରାଓ । ହ୍ରିତିକ୍ ଓ ବାଣୀ କପୁର ପ୍ରଥମ ଥର ପାଇଁ ଏକାଠି ପରଦାରେ ଆସୁଛନ୍ତି ।
କିଛି ଦିନ ତଳେ ରିଲିଜ୍ ହୋଇଥିଲା ଏହି ଫିଲ୍ମର ଟ୍ରେଲର । ଟ୍ରେଲରରେ ଦୁଇ ହ୍ୟାଣ୍ଡସମ୍ ହଙ୍କ ହ୍ରିତିକ୍ ରୋଶନ୍ ଓ ଟାଇଗର ସ୍ରଫ୍ଙ୍କ ଦମ୍ଦାର ଷ୍ଟଣ୍ଟ ଦେଖିବାକୁ ମିଳିଥିଲା। ପ୍ରଥମ ଥର ପାଇଁ ହ୍ରିତିକ୍ ଓ ଟାଇଗର ସ୍ରଫ୍ଙ୍କୁ ଗୋଟିଏ ଫିଲ୍ମରେ ଦେଖିବାକୁ ପାଇବେ ଦର୍ଶକ ।ଫିଲ୍ମରେ ଥିବା ଦୁଇ ହିରୋଙ୍କ ଆକ୍ସନ ଓ ଷ୍ଟଣ୍ଟର ଦାୟିତ୍ୱ ନେଇଛନ୍ତି ୪ ଜଣ ଆକ୍ସନ ଡାଇରେକ୍ଟର । ଏହି ଦୁଇ ସୁପରଷ୍ଟାରଙ୍କ ବ୍ୟତୀତ ଫିମେଲ୍ ଲିଡ୍ରେ ଅଛନ୍ତି ବାଣୀ କପୁର । ତେବେ ଫିଲ୍ମଟିର ଟିଜର ଯେତେ ଦମଦାର ଥିଲା ତାଠାରୁ ଅଧିକ ଦମଦାର ହୋଇଥିଲା ଏହାର ଟ୍ରେଲର ।