ଡ୍ରେନ ଖୋଳିବା ସମୟରେ ଭୁଶୁଡ଼ିଲା ପାଚେରୀ;ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର;ମନ୍ଦିର ପାଚେରୀ ଭାଙ୍ଗି ଶ୍ରମିକଙ୍କ ମୃତ୍ୟୁ । ଡ୍ରେନ ଖୋଳିବା ସମୟରେ ଭୁଶୁଡ଼ିଲା ପାଚେରୀ । ମୃତ ଶ୍ରମିକ ହେଲେ ନୟାଗଡ଼ର ନବକିଶୋର ନାୟକ । ଅନ୍ୟ ଦୁଇଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଶ୍ରମିକ ନୟାଗଡ଼ ଗୋଡିପଡାର ବୁଦ୍ଧୁରାମ ଦାସ ଇନ୍ଦିରା କଲୋନୀ ହାଉସିଂ କଲୋନୀରେ ଥିବା ନୀଳକଣ୍ଠେଶ୍ବର ମନ୍ଦିରରେ ଘଟିଛି ଅଘଟଣ । ଆହତ ଶ୍ରମିକଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି ।