ପ୍ରସିଦ୍ଧ ଶୈବପୀଠ ଶ୍ରୀ ବଟେଶ୍ୱରଙ୍କ ପୀଠରେ ଅନୁଷ୍ଠିତ ହେବ ବିଶ୍ୱଶାନ୍ତି ମହାଯଜ୍ଞ

ବ୍ୟୁରୋ : ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶୈବ ପିଠ ଶ୍ରୀ ବଟେଶ୍ୱରଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ଚଳଚଞ୍ଚଳ ହୋଇଛି ବଟେଶ୍ୱରଙ୍କ ଶୈବ ପୀଠ । ବଡ଼ ଖଇରଖମା ପଞ୍ଚାୟତ ଅନ୍ତର୍ଗତ ପାଇକପଡା ଗ୍ରାମରେ ଅବସ୍ତିତ ବାବା ବଟେଶ୍ୱରଙ୍କ ଶୈବ ପୀଠ।

ଆସନ୍ତା ଏପ୍ରିଲ ୩୦ ତାରିଖ ଠାରୁ ଆରମ୍ବ ହେବ ବିଶ୍ୱ ଶାନ୍ତି ମହାଯଜ୍ଞ । ଏହି ପରିପ୍ରେକ୍ଷୀରେ ପାଇକପଡା ସ୍ଥିତ ବଟେଶ୍ୱରଙ୍କ ପୀଠରେ ବିଶ୍ୱ ଶାନ୍ତି ମହାଯଜ୍ଞ ପାଇଁ ଶୁଭ ଖୁଣ୍ଟି ସ୍ଥାପନ ହୋଇଛି । ରିତି ନୀତି ଅନୁଯାଇ ପୂଜା ପାଠ ସହ ମନ୍ତ୍ର ଧ୍ୱନିରେ କମ୍ପିଛି ବାବା ବଟେଶ୍ୱରଙ୍କ ଶୈବ ପୀଠ ।

ପାଇକପଡା ଗ୍ରାମବାସୀଙ୍କ ଉପସ୍ଥିତ ରେ ଆଜି ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି । ବିଶ୍ୱ ଶାନ୍ତି ମହାଯଜ୍ଞ ପାଇଁ ଆସନ୍ତା ୩୦ ତାରିଖ ବୁଧବାର ଦିନ କଳସ ଯାତ୍ରା, ଦେବତା ନିମନ୍ତ୍ରଣ, ତୋରଣ ପ୍ରତିଷ୍ଠା ଓ ମହାବୀର ପ୍ରତିଷ୍ଠା ହେବାକୁ ଥିବା ବେଳେ ଆସନ୍ତା ମେ ମାସ ୧ ତାରିଖ ଠାରୁ ୦୮ ତାରିଖ ପର୍ୟ୍ୟନ୍ତ ସୂର୍ୟ୍ୟ ପୂଜା ଗୋ -ପୂଜା, ମହାରୁଦ୍ର, ଚଣ୍ଡୀପିଠ ଓ ଘୃତ ଯଜ୍ଞ ଅନୁଷ୍ଠିତ ହେବ । ଏହାପରେ ୯ ତାରିଖ ଦିନ ପୂର୍ଣ୍ଣାହୁତି ହେବ । ସମସ୍ତ ପାଇକପଡା ଏଥିପାଇଁ ଚଳଚଞ୍ଚଳ ହୋଇଥିବା ବେଳେ ସାମଗ୍ର ଗ୍ରାମ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।