ପ୍ରେମିକା ପାଖକୁ ଆସି ବନ୍ଧା ହେଲେ ପ୍ରେମିକ

ନୀଳଗିରି : କଥାରେ ଅଛି ପ୍ରେମ ଅନ୍ଧ। ମାନେ ନାହିଁ ଜାଗା କି ଅଜାଗା।ପ୍ରେମିକା ଘରକୁ ଆସି ଜଣେ ଯୁବକ ଧରାପଡି ବନ୍ଧା ହେବା ଘଟଣା ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ମୁଗୁନିପୁର ଅଂଚଳରେ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ବାଲେଶ୍ଵର ଜିଲ୍ଲା ପଥରପେଣ୍ଠ ପଞ୍ଚାୟତ ଅଧିନ ବଡ଼ଗାଁ ଅଂଚଳର ବିଜୟ ମଲ୍ଲିକଙ୍କ ପୁଅ ବାବୁ (୨୨) ବିବାହିତ ଅଛନ୍ତି। ତାଙ୍କର ୪ ବର୍ଷର ପୁଅଟିଏ ଅଛି।ମୋବାଇଲ ରେ ମିସକଲ କରିବା ଓ କଥା ଛଳରେ ପ୍ରେମ କରିବା ଆଜି ତାଙ୍କୁ ମହଙ୍ଗା ପଡିଛି। ସେ ସୋର ଥାନା ଅଧିନ ମୁଗୁନିପୁର ଅଞ୍ଚଳର ଜୈନିକ ନାବାଳିକାଙ୍କୁ ୩ ମାସ ପୂର୍ବରୁ ମିସକଲ ଓ ପରେ କଲ କରି କଥା କଥାରେ ପ୍ରେମ କରିବସିଥିଲା। ପ୍ରେମିକା ଜଣକ କିଛି ଆଗ ପଛ ବିଚାର ନକରି ଆଜି ଘରେ କେହି ନଥିବା ସୁଯୋଗରେ ଘରକୁ ଡକାଇଥିଲା।

ପ୍ରେମିକ ଜଣକ ଆସି ବିବାହର ପ୍ରତିଶୃତି ଦେଇ ମଥାରେ ସିନ୍ଦୁର ଓ ଶଙ୍ଖା ପିନ୍ଧାଇ ଶାରୀରିକ ସମ୍ପର୍କ ଗଢିଥିଲା। କିଛି ଗାଁର ଯୁବକ ଘଟଣା ଉପରେ ନଜର ରଖି ପ୍ରେମିକ ପ୍ରେମିକା ଘର ଭିତରେ ଥିବାବେଳେ ତାଲା ମାରିଦେଇ ଥିଲେ। ପରେ ଗ୍ରାମବାସୀ ଏକତ୍ରିତ ହେବାପରେ ଜୈନିକ ପ୍ରେମୀକ ଜଣଙ୍କୁ ଦଉଡିରେ ବାନ୍ଧି ଦେଇଥିବା ଜଣା ପଡିଛି। ଝିଅଟିର ପରିବାର ଲୋକେ ବିବାହ କରାଇବାକୁ ଜିଦ ଧରିଥିବା ବେଳେ ଗାଁରେ ଉତ୍ତେଜନା ଲାଗିରହିଛି।