ଗଞ୍ଜାମ/ରଜନୀକାନ୍ତ ପାତ୍ର : ଗଞ୍ଜାମ ଜିଲ୍ଲା ଶ୍ରୀଚନ୍ଦନପୁର ଗ୍ରାମ ନିକଟ ଦୁର୍ଘଟଣା । ଏକ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର । ମୃତକଜଣଙ୍କ ପାଟପୁର ଥାନା ପି.ଜଗନ୍ନାଥପୁର ଗ୍ରାମର ଡାକ୍ତର ସ୍ୱାଇଁ ଓ ଆହତଜଣଙ୍କ ହେଲେ ଶ୍ରୀଚନ୍ଦନପୁର ଗ୍ରାମର କୋରା ପାତ୍ର (୩୮)।
ଶ୍ରୀଚନ୍ଦନପୁର ଛକ ନିକଟରେ କୋରା ପାତ୍ର ଗାଧୋଉଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ପ୍ରଥମେ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ହୋଇଥିଲେ। ପରେ ଡ଼ାକ୍ତର ସ୍ୱାଇଁ ଶିବ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଗାଡ଼ିଟି ତାଙ୍କୁ ଧକ୍କା ଦେଇଥିଲା । ଯାହାଦ୍ୱାରା ତାଙ୍କର ଘଟଣା ସ୍ଥଳରେ ମୃତ ଘଟିଥିଲା କ୍ଷ ପରେ ଖବର ପାଇ ସ୍ଥାନୀୟ ଲୋକ କୋରା ପାତ୍ରଙ୍କୁ ଉଦ୍ଧାର କରି ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ମୃତକଙ୍କୁ କ୍ଷତିପୂରଣ ଦାବିରେ ଆସିକା – ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ନିଆଁ ଲଗାଇ ରାସ୍ତା ରୋକ କରିଛନ୍ତି । ଏଥିଯୋଗୁଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।