(ଅଜିତ ସାହୁ/ ଜଳେଶ୍ୱର): ବିଡ଼ିଓ ଉଗାଳିଲେ ଚଉଦ ପୁରୁଷ। ଏକଥା ଆମେ କହୁନୁ ଏହି ଭିଡ଼ିଓ କହୁଛି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ୨୦ରୁ ଊଦ୍ଧ୍ୱର୍ ପ୍ରବାସୀ ଶ୍ରମିକ ଗୁଜୁରାଟରୁ ଟ୍ରେନ ଯୋଗେ ବାଲେଶ୍ୱର ଷ୍ଟେସନରେ ପହଁଚି ଥିଲେ। ଷ୍ଟେସନରୁ ସେମାନଙ୍କୁ ବସ ଯୋଗେ ବାଲିଆପାଳ ବ୍ଲକକୁ ଅଣାଯାଇଥିଲା। ବିଭିନ୍ନ ପରୀକ୍ଷା ନିରୀକ୍ଷା ପାଇଁ ବସଟି ଦୀର୍ଘ ସମୟ ଧରି ବାଲିଆପାଳରେ ଅଟକି ରହିଥିଲା । ଖରା ଗରମରେ ବସ ଭିତରେ ଅତିଷ୍ଠ ହୋଇ ଯାଇଥିଲେ ପ୍ରବାସୀ। ବସରୁ ଓହ୍ଲାଇବା ପରେ ଶୋଷରେ ଆତୁର ପ୍ରବାସୀ ବିଡ଼ିଓଙ୍କୁ ପାଣି ମାଗିଥିଲେ । ଏତିକିରେ ସରିଗଲା କଥା । ରାଗରେ ଗରମ ହୋଇଗଲେ ବିଡିଓ । ଆରମ୍ଭ ହୋଇଗଲା କଥା କଟା କଟି । ବିଡିଓ ଏମିତି ଉତ୍ୟକ୍ତ ହୋଇଗଲେ କି, ନିଜ ହିତାହିତ ଜ୍ଞାନ ଭୁଲି ଦାଦନଙ୍କୁ ଔକାତ ଦେଖାଇ ଥିଲେ । ଏମିତି କି ସେମାନଙ୍କ ଚଉଦ ପୁରୁଷ ବି ପାଣି ପାଇଁ ଠିଆ ହେବେ ବୋଲି କହିଥିଲେ । ଏପରି ଜଣେ ସରକାରୀ ଅଧିକାରୀଙ୍କ ବ୍ୟବହାର ସରକାରଙ୍କ ଦୋମୁହାଁ ନୀତିକୁ ପଦାକୁ ଆସିଛି ।
ତେବେ ବିଡିଓଙ୍କ ଏପରି ଔଦ୍ଧତ୍ୟକୁ ଦେଖି ଆଶ୍ଚର୍ଯ୍ୟ ଲାଗୁଛି । କାହା ବଳରେ ସେ ଏତେ ବଳିୟାନ ହୋଇଛନ୍ତି? କେଉଁ ସାହସରେ ସେ ଦାଦନଙ୍କୁ ଏପରି ବ୍ୟବହାର କଲେ? ସେ କହିଲେ ଦରକାର ପଡିଲେ ପାଣି ପ।।ଇଁ ୨ ଘଣ୍ଟା ବି ଅପେକ୍ଷା କରିବାକୁ ହେବ । କିନ୍ତୁ କାହିଁକି? ସରକାର ମିଡିଆ ଆଗରେ କଅଁଳ କଥା କହୁଛନ୍ତି । ସେମାନେ ଆମ ଲୋକ । ସେମାନଙ୍କର ଆସିବାର ଅଧିକାର ଅଛି । ଆମକୁ ସେମାନଙ୍କ ସହ ଭଲ ବ୍ୟବହାର କରିବା ଆବଶ୍ୟକ … । କିନ୍ତୁ ସାଧାରଣ ଜନତାଙ୍କୁ ଛାଡନ୍ତୁ ଏଠି ନିଜେ ବିଡିଓଙ୍କ ଏପରି ବ୍ୟବହାର ସରକାରୀ କଳର ଅସଲ ମୁଖା ପଦାରେ ପକାଇଦେଉଛି । ଉପରେ ଆତ୍ମୀୟତା ଦେଖାଉଥିôବା ବେଳେ ବାସ୍ତବରେ ସେମାନଙ୍କ ପ୍ରତି କୌଣସି ଭାବାବେଗ ନଥିବା ସ୍ପଷ୍ଟ ବାରି ହେଉଛି । ବିଡିଓ ମହୋଦୟାଙ୍କ ଏପରି ବ୍ୟବହାରକୁ ନେଇ କଣ କହିବେ ଉପରସ୍ଥ ଅଧିକାରୀ ଓ ପ୍ରଶାସନ?
ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇ ଘୁରିବୋଲୁଛି। ଯଉଁ ଥିରେ ବାଲିଆପାଳ ବିଡ଼ିଓ ଗାଳିବା ସହିତ ପାଣି ନପିଇଲେ କଣ ମରିଯିବି ତାସାଙ୍ଗକୁ ସେମାନଙ୍କ ଚଉଦ ପୁରୁଷ ଉଠାଇ ଗାଳି ଦେଇ ଥିଲେ ବୋଲି ପ୍ରବାଶି ଶ୍ରମିକ ମାନେ ଅଭିଯୋଗ କରିଛନ୍ତି।