ଭୂବନେଶ୍ୱର : ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଥିବା ଡବଲ ମର୍ଡର କେଶରେ ଅଭିଯୁକ୍ତ ବିଜୟ କେତନର ଚାଞ୍ଚଲ୍ୟକର ବୟାନ ଦେଇଛି । ସେ କହିଛି ମୁଁ ପାଞ୍ଚଲକ୍ଷରୁ ଅଧିକା ଟଙ୍କା ଖର୍ଚ୍ଚ କରି ପାଠ ପଡାଇଲି ମୋ ସ୍ତ୍ରୀ ଓଶାଳୀକୁ । ପର ଲୋକଙ୍କୁ ନେହୁରା ହୋଇ ସେମାନଙ୍କୁ ଚାକିରିବି କରାଇ ଦେଲି କିନ୍ତୁ ସେମାନେ ମତେ ନପଚାରି ନିଜ ବାପ ଘରକୁ ପୋଷିଲେ ମୋତେ ତାଚ୍ଛଲ୍ୟ କଲେ ନଂପୁସକ ବୋଲି କହିଲେ । ଯେଉଁ ଲୋକଙ୍କ ଠାରୁ ମୁଁ ପଇସା ଆଣିଥିଲି ସେମାନେ ପଇସା ନପାଇ ମତେ ଗାଳିଗୁଲଜ କଲେ ସେ ସବୁ ରାଗ କୁହୁଳି କୁହୁଳି ଥିଲା । ସବୁ ଦିନିଆ ଆକ୍ଷେପକୁ ଆଉ ସହି ପାରିଲି ନାହିଁ । ମୁଣ୍ଡକୁ ପିତ୍ତ ଚଢିଗଲା ସିଧା ଜୀବନରୁ ମାରିଦେଲି ।
ସୂଚନାନୁଯାୟୀ ଅଭିଯୁକ୍ତ ଠାରୁ ଅଧିକ ତଥ୍ୟ ହାସଲ କରିବା ପାଇଁ ସୋମବାର ଦିନ ପୋଲିସ ତାକୁ ଘଟଣା ସ୍ଥଳକୁ ନେଇଥିଲା । ସେ କେମିତି ଦୁଇ ଜଣକୁ ଗୁରୁବାର ଦିନ ରାତିରେ ହାଣଥିଲା ତାର ଡେମୋ ଦେଖାଇବା ସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ବାଡି ପଟ ଖତ ଗଦାରୁ ଜବତ କରିଛି ପୋଲିସ । ସେ ଦୁଇ ଜଣଙ୍କୁ ମାରିବା ପରେ ତାଙ୍କୁ ତିନି ଦିନ କାଳ ଲୁଚାଇ ରଖିଥିଲା ବିଜୟ ।ହତ୍ୟାକାଣ୍ଡରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଏବଂ ତାକୁ ରିମାଣ୍ଡରେ ଆଣି ଅଧିକା ପଚରା ଉଚରା କରାଯିବ ବୋଲି ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।