ବିଶିଷ୍ଟ ବିଜ୍ଞାପନ ନିର୍ମାତା ଆଲୋକ ପଦମସୀଙ୍କ ପରଲୋକ

( ରିପୋର୍ଟସଟୁଡେ): ଫାଦର ଅଫ୍‌ ଇଣ୍ଡିଆନ୍‌ ଆଡଭର୍ଟାଇଜିଂ ଆଲେକ ପଦମସୀଙ୍କ ବିୟୋଗ । । ପ୍ରଖ୍ୟାତ ସିନେମା ନିର୍ମାତା ତଥା ବିଜ୍ଞାପନ ଗୁରୁ ଆଲେକ ପଦମସୀଙ୍କ ପରଲୋକ ହୋଇଯାଇଛି । ୧୯୮୨ ମସିହାରେ ନିର୍ମିତ ଫିଲ୍ମ ‘ଗାନ୍ଧୀ’ ମହମମ୍ମଦ ଅଲୀ ଜିନ୍ନାଙ୍କ ଭୂମିକାରେ ଅଭିନୟ କରିଥିବା ଆଲେକ ୯୦ ବର୍ଷ ବୟସରେ ମୁମ୍ବାଇଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।
ବିଜ୍ଞାପନ ନିର୍ମାଣ କରିବାରେ ପଦମସୀ ବିଶ୍ୱର ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି । ‘ହମାରା ବଜାଜ’, ‘ଏମ୍‌ଆର୍‌ଏଫ୍‌, ଦି ମସଲମ୍ୟାନ୍‌’, ‘ଲଲିତାଜୀ ଫର ସର୍ଫ’, ‘ଦି ଲିରିଲ ଗାର୍ଲ’ ଭଳି ପ୍ରସିଦ୍ଧି ଲାଭ କରିଥିବା ବିଜ୍ଞାପନର ଗୁରୁ ଥିଲେ ଆଲେକ । ଦେଶର ଵିଖ୍ୟାତ ବିଜ୍ଞାପନ ଏଜେନ୍ସି ଲିଣ୍ଟାସ ଇଣ୍ଡିଆ ପ୍ରତିଷ୍ଠା କରି ବିଜ୍ଞାପନ ଜଗତରେ ବିପ୍ଲବ ଆଣିଥିଲେ ପଦମସୀ ।
ତାଙ୍କୁ ଫାଦର ଅଫ୍‌ ଇଣ୍ଡିଆନ୍‌ ଆଡଭର୍ଟାଇଜିଂ ବୋଲି କୁହାଯାଏ । ଆଲେକ ୧୯୨୮ରେ ଗୁଜରାଟ୍‌ର ଏକ ଖୋଜା ମୁସଲିମ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ଆଲେକଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି ।