ଶପଥ ନେଲେ ଉଷା ଦେବୀ: ମିଳିଲା ଗୃହ ନଗର ଉନ୍ନୟନ ମନ୍ତ୍ରୀ ଭାବେ ଦାୟିତ୍ୱ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କର ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି। ଏଥିରେ ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ରହିଛନ୍ତି। ପୂର୍ବ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିବା କିଛି ସଦସ୍ୟ ଏଥର ମଧ୍ୟ ମନ୍ତ୍ରୀ ହୋଇଛନ୍ତି ଓ ପୂର୍ବ ଦାୟିତ୍ୱ ମଧ୍ୟ ପାଇଛନ୍ତି।ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି ।  ପୁଣି ଥରେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଶପଥ ନେଲେ ଉଷା ଦେବୀ । ପୂର୍ବରୁ ୨୦୧୧ରେ ନବୀନ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ଉଷାଦେବୀ । ଗଞ୍ଜାମର ହେଭିୱେଟ୍ ନେତ୍ରୀ ଚିକିଟି ବିଧାୟିକା ଭାବେ ରାଜ୍ୟ ରାଜନୀତିରେ ବେଶ୍ ଦବଦବା ରଖିଛନ୍ତି । ୧୯୯୦ରେ ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟିକାଙ୍କୁ ନବୀନ ପଞ୍ଚମ ପାଳିରେ ନିଜ ନୂଆଟିମକୁ ଉଷାଦେବୀଙ୍କୁ ଭରସିଛନ୍ତି । ତାଙ୍କୁ ଗୃହ ନଗର ଉନ୍ନୟନ ମନ୍ତ୍ରୀ ଭାବେ ନୂଆ ଦାୟିତ୍ୱ ମିଳିଛି । ତେବେ ଲୋକସେବା ଭବନର କନଭେକ୍ସନ ହଲରେ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ।ଉଷା ଦେବୀଙ୍କୁ ନବୀନ ପୁଣି ଥରେ ରିପିଟ୍ କରି କ୍ୟାବିନେଟ୍ ମନ୍ତ୍ରୀ ଭାବେ ନିଜ ନୂଆ ଟିମରେ ସାମିଲ କରିଛନ୍ତି ।