ବ୍ରହ୍ମପୁର କଂଗ୍ରେସ କାର୍ଯ୍ୟାଳୟ ଠାରେ ଯୁବ କଂଗ୍ରେସ ପକ୍ଷରୁ’ଯୁବ ନ୍ୟାୟ’ ଗ୍ୟାରେଣ୍ଟି ପୋଷ୍ଟର ଉନ୍ମୋଚନ

ଗଞ୍ଜାମ /ରଜନୀକାନ୍ତ ପାତ୍ର:  ଆଜି ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା ଯୁବ କଂଗ୍ରେସ ସଭପତି ବିକାଶ ନାୟକ ଙ୍କ ନେତୃତ୍ବରେ  ଯୁବ କଂଗ୍ରେସ ପକ୍ଷରୁ ‘ଯୁବ ନ୍ୟାୟ’ ଗ୍ୟାରେଣ୍ଟି ପୋଷ୍ଟର ଉନ୍ମୋଚନ କରାଯାଇଅଛି । ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ କିପରି ଉଭୟ କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ  ସରକାର ଗଠନ କରିବାପାଇଁ ବର୍ତମାନ ସମୟରେ ଯୁବକ ମାନେ ଯେଉଁ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଗତି କରୁଛନ୍ତି। ଦେଶରେ ଯୁବକ ମାନଙ୍କର ଏହି ଉତ୍କଟ ପରିସ୍ଥିତି ରେ ସୁଧାରା ଆଣିବାପାଇଁ ରାହୁଲ ଗାନ୍ଧୀ ଯୁବକ ମାନକୁ ନ୍ୟାୟ ପ୍ରଦାନ ପାଇଁ ପାଞ୍ଚୋଟି ନ୍ୟାୟ ପାଇଁ ଗ୍ୟାରେଣ୍ଟି ଦେଇଛନ୍ତି । ସେଗୁଡିକ ରହିଛି ୧.ନିଯୁକ୍ତି ନିଶ୍ଚିତ ର ଗ୍ୟାରେଣ୍ଟି ରେ ୩୦ ଲକ୍ଷ ସରକାରୀ ପଦବୀରେ ନିଯୁକ୍ତି , ୨. ପ୍ରଥମ ଚାକିରୀ ପକ୍କା ଗ୍ୟାରେଣ୍ଟିରେ ନିଯୁକ୍ତି ପୂରଣ ସମସ୍ତ ଜିଲ୍ଲା ଓ ଡିପ୍ଲୋମା ଧାରାଙ୍କୁ ପ୍ରତି ବର୍ଷ ୧ ଲକ୍ଷ ଟଙ୍କା ଷ୍ଟାଇପେଣ୍ଡ ସହିତ ଆପେଣ୍ଡିସ୍ ର ଗ୍ୟାରେଣ୍ଟି , ୩.ଗିଗ ଇକୋନୋମି ରେ ସାମାଜିକ ସୁରକ୍ଷା ରେ ଗିଗ ଶ୍ରମିକଙ୍କ ପାଇଁ ପେନସନ, ସାମାଜିକ ସୁରକ୍ଷା ଏବଂ ଉନ୍ନତ କାର୍ଯ୍ୟ ସ୍ଥିତି ପାଇଁ ନୂଆ ଆଇନ ,୪. ଯୁବ ଆଲୋକ ଗ୍ୟାରେଣ୍ଟି ରେ ୫୦୦୦ କୋଟି ଟଙ୍କାର ରାଷ୍ଟ୍ରୀୟ ପାଣ୍ଠି, ଦ୍ବାର ଜିଲ୍ଲା ସ୍ତରରେ ଯୁବକ ଯୁବତୀ ଙ୍କୁ ଷ୍ଟାର୍ଟ – ଅପ ଫଣ୍ଡ ପ୍ରଦାନକରି, ସେମାନଙ୍କୁ ଉଦ୍ଯମୀ କରିବାର ଗ୍ୟାରେଣ୍ଟି , ୫.ପ୍ରଶ୍ନ ପତ୍ର ପ୍ରଘଟ ରୋକିବାର ଗ୍ୟାରେଣ୍ଟି କରୁଥିବା ନୂଆ ଆଇନ ଯାହା ପରୀକ୍ଷା ଗୁଡିକର ବିଶ୍ବସନୀୟ ଆୟୋଜନ ସୁନିଶ୍ଚିତ କରିବ ।ଏହି ସବୁ ପ୍ରତିଶ୍ରୁତି କୁ ବିଭିନ୍ନ ବ୍ଲକ, ପଞ୍ଚାୟତ, ଜିଲ୍ଲା ର  ପ୍ରତ୍ୟେକ ଯୁବକ ମାନଙ୍କର ପାଖରେ ପହଞ୍ଚିବ ସବୁ ଯୁବ କଂଗ୍ରେସ କର୍ମୀମାନେ ଶପଥ ନେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଚିନ୍ମୟ କୁମାର ହୋତା, ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ସୁପ୍ରଭା କୁମାରୀ ଦାସ ଙ୍କ ସମେତ ବହୁ ନିର୍ବାଚନ ମଣ୍ଡଳୀ ର ଯୁବ କଂଗ୍ରେସ ସଭାପତି ଓ ଯୁବ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ।