ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟାର ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଆଜି ମୁଁ ଗଞ୍ଜାମ ଜିଲ୍ଲାରେ ଅଛି  ଶାସନ କ୍ଷମତାରେ ନବୀନ ବାବୁ ଥିଲେ । ମାତ୍ର ଗଞ୍ଜାମ ଜିଲ୍ଲାରେ 7-8ଟି ବଡ ବଡ ମେଗା ପାଇପ ଓ୍ୱାଟର ଯୋଜନା ଆରମ୍ଭ ହୋଇଛି । ଗୋଟିଏ ଛାଡି ଅନ୍ୟାନ୍ୟ 6ଟି ପ୍ରକଳ୍ପର କାମ ଅଧାପନ୍ତରା ଅଛି । ଗଞ୍ଜାମରେ ପାଣି ପାଇପ ଖୋଲାରେ ପଡିଛି । ପାଣି ଆସିବାର ଠିକଣା ନାହିଁ । ନଳ ଅଛି କିନ୍ତୁ ଜଳ ନାହିଁ । ଏହାକୁ କଣ କହିବା ?

ଗଞ୍ଜାମ ଜିଲ୍ଲାରେ ବିଜେପି ସରକାରର ସୁଭଦ୍ରା ଯୋଜନାରେ 500ରୁ ଅଧିକ କୋଟି ଟଙ୍କା ମା’ ଭଉଣୀ ମାନଙ୍କ ଖାତାରେ ପହଞ୍ଚିସାରିଛି । ଆଗକୁ ଏହ ସଂଖ୍ୟା 1000 କୋଟି ଟଙ୍କାରେ ପହଞ୍ଚିବ । ଗଞ୍ଜାମରେ ପ୍ରାୟ 10 ଲକ୍ଷ ଲାଭାର୍ଥୀ ଅଛନ୍ତି ।  ଏ ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ 44 ଲକ୍ଷ କ୍ୱିଣ୍ଟାଲ ଧାନ କିଣବାର ଲକ୍ଷ୍ୟ ରଖାଯାଇଛି । କେବଳ ରାଜ୍ୟ ସରକାର କ୍ୱିଣ୍ଟାଲ ପିଛା ଧାନରେ ଏମଏସପି ବାବଦକୁ  3100 ଟଙ୍କା ବୃଦ୍ଧି କରିଛନ୍ତି । ଏହା ଦ୍ୱାରା ଗଞ୍ଜାମ ଜିଲ୍ଲାକୁ ଆହୁରି 400ରୁ 500 କୋଟି ଟଙ୍କା ମିଳିବ । ଯଦି ଏହା କାହାକୁ ମିଛ ଲାଗେ, ତେବେ କଣ କୁହାଯିବ ? ସ୍ୱର୍ଗକୁ ନେଶୁଣୀ ନାହିଁ, ବଡ ଲୋକଙ୍କୁ ଉତ୍ତର ନାହିଁ । ତାଙ୍କୁ କିଏ ଲେଖିକି ଦେଇଥିବ, ସେ ପଢି ଦେଇଥିବେ ।