ଧର୍ମେନ୍ଦ୍ରଙ୍କ ଅନୁରୋଧ ରଖିଲେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

ପିଏମଜିଏସଓ୍ୱାଇ ଅନ୍ତର୍ଗତ ରାଜ୍ୟର ୧୫ ଜିଲ୍ଲାରେ ୫୭ଟି ସେତୁ ନିର୍ମାଣ ପାଇଁ ଅନୁମୋଦନ ଦେବା ସହ ୨୮୭.୮୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ରକ୍ଷା କରିଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିଜା ସିଂ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସଓ୍ୱାଇ) ଅନ୍ତର୍ଗତ ରାଜ୍ୟର ୧୫ ଜିଲ୍ଲାରେ ୫୭ଟି ସେତୁ ନିର୍ମାଣ ପାଇଁ ଅନୁମୋଦନ ଦେବା ସହ ୨୮୭.୮୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏ ନେଇ କେନ୍ଦ୍ର ଗ୍ରାମୀଣ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ରର ପ୍ରତ୍ୟୁତ୍ତରରେ ଉଲ୍ଲେଖ କରିଥିବା ବେଳେ ଏହି ନିଷ୍ପତି ଓଡିଶାର ଗମନାଗମନକୁ ଅଧିକ ସୁଗମ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।

ଓଡ଼ିଶାର ୧୫ ଜିଲ୍ଲା ଯଥା କଳାହାଣ୍ଡି ପାଇଁ ୧୩ଟି, ସମ୍ବଲପୁର ପାଇଁ ୧୦ଟି, ଗଞ୍ଜାମ ପାଇଁ ୮ଟି, କଟକ ପାଇଁ ୫ଟି, ନବରଙ୍ଗପୁର ପାଇଁ ୫ଟି, ବାଲେଶ୍ୱର ପାଇଁ ୩ଟି, ମୟୂରଭଞ୍ଜ ପାଇଁ ୩ଟି, ଦେବଗଡ଼ ଓ ମାଲକାନଗିରି ପାଇଁ ୨ଟି ଲେଖାଁଏ ପୋଲ ନିର୍ମାଣ କରିବା ପାଇଁ ନିଷ୍ପତି ନେଇଛନ୍ତି । ଅନୁରୂପ ଭାବରେ ଭଦ୍ରକ, ଝାରସୁଗୁଡା, ନୟାଗଡ, ନୂଆପଡା, ପୁରୀ ଓ ସୁନ୍ଦରଗଡ ଜିଲ୍ଲାରେ ଗୋଟାଏ ଲେଖାଁଏ ସେତୁ ନିର୍ମାଣ ପାଇଁ ଅର୍ଥବ୍ୟୟବରାଦ ହୋଇଛି । ଏହା ଦ୍ୱାରା ଏହି ସବୁ ଗ୍ରାମୀଣ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ବିଶେଷ ଭାବରେ ଉପକୃତ ହେବେ ।