ଆସନ୍ତାକାଲି କଟକରେ ରୋଡ୍ ଶୋ’ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

କଟକ: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ହେଭିୱେଟ ନେତାଙ୍କ ଓଡିଶା ଗସ୍ତ ସେତେ ବଢୁଛି । ଘନଘନ ଓଡିଶା ଗସ୍ତ କରୁଛନ୍ତି କେନ୍ଦିୟ ନେତା ମନ୍ତ୍ରୀ । ଗତ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ରୋଡ ଶୋ । କରି ଦଳିୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିବା ବେଳେ ଆସନ୍ତା କାଲି କଟକରେ ରୋଡ୍ ଶୋ’ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।ଗୃହମନ୍ତ୍ରୀଙ୍କ ଗସ୍ତ ସୂଚୀରେ ପରିବର୍ତନ କରାଯାଇଛି । ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଥିବା ଅମିତ ଶାହାଙ୍କ କଟକ ସହ ଆସ୍କାର ସୋରଡା  ଓ ବୌଦ୍ଧରେ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଅନୁସାରେ କାଲି ଦିନ ୧୨ଟା ୩୦ରେ ଅମିତ ଶାହା ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ସେଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ସୋରଡା ଯିବେ । ଦିନ ଗୋଟାଏ ୩୦ରେ ସୋରଡାରେ ଜନସଭାରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ । ଏହା ପରେ ୩ଟା ୩୦ରେ ବୌଦ୍ଧରେ ପହଞ୍ଚି ଦଳୀୟ ସମାବେଶରେ ସାମିଲ ହେବେ । ସେଠାରୁ କଟକ ଆସିବେ ଅମିତ ଶାହା । ସଂଧ୍ୟା ୫ଟା ୩୦ରେ କଟକରେ ରୋଡ୍ ସୋ’କରିବେ । ପୂର୍ବରୁ ରାଉରକେଲା ଓ କଣ୍ଟାବାଞ୍ଜିରେ ଅମିତ ଶାହାଙ୍କ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା ।