ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ସି.ପି ରାଧାକ୍ରିଷ୍ଣନଙ୍କୁ ସମର୍ଥନ କରିବାକୁ ବିଜେଡି ବିରୋଧୀ ଦଳନ ନେତା ନବୀନ ପଟ୍ଟନାୟକଙ୍କ ସହ କଥା ହେବା ସହିତ ସ୍ୱାସ୍ଥ୍ୟବସ୍ଥା କଥା ବୁଝିଛନ୍ତିପ୍ରତିରକ୍ଷା ମନ୍ତ୍ରୀ । ରାଜ୍ୟପାଳ ତଥା ବିଜେପି ନେତା ସିପି ରାଧାକ୍ରିଷ୍ଣନଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ଆଜି ପ୍ରାର୍ଥୀ ଭାବେ ଘୋଷଣା କରିଛି। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିବା ନିମନ୍ତେ ଗତକାଲି ବିଜେପି ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଧାକ୍ରିଷ୍ଣନଙ୍କ ନାମ ଘୋଷଣା କରିଥିଲେ।