ଯୋଡ଼ା (ରମେଶ ଚନ୍ଦ୍ର ମହାପାତ୍ର) : ଚମ୍ପୁଆ ଥାନା ଅନ୍ତର୍ଗତ ସରେଇ ବୈତରଣୀ ନଦୀର କେଶରୀ କୁଣ୍ଡରେ ଗାଧାଉଥିବା ବେଳେ ଦୁଇ ଛାତ୍ର ମୃତ୍ୟୁବରଣ କରିଛନ୍ତି । ମୃତକ ମଧ୍ୟରୁ ଜଣେ ଚମ୍ପୁଆ କେରଳା ଇଂରାଜୀ ମିଡିୟମ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ବୋଲି ଜଣାପଡିଛି । ଆଜି ଅପରାହ୍ନରେ ଆଠ ଜଣ ସାଙ୍ଗ ସରେଇ ବୈତରଣୀ ନଦୀର କେଶରୀ କୁଣ୍ଡକୁ ଗାଧେଇ ବାକୁ ଯାଇଥିବା ବେଳେ ନଦୀରେ ବୁଡି ଥିବା ଜଣାପଡିଛି । ଚମ୍ପୁଆରେ ମେସରେ ରହି ପାଠ ପଢୁଥିବା ଏହି ଆଠ ଜଣ ସାଙ୍ଗ ଗାଧେଇବାକୁ ଯାଇ ଥିବା ବେଳେ ଏହି ଅଘଟଣ ଘଟିଛି । ଗାଧାଉଥିବା ବେଳେ ହଠାତ ତିନି ଜଣ ବୁଡି ଯାଇଥିଲେ ତେବେ ଅନ୍ୟ ମାନେ ଜଣକୁ ଉଦ୍ଧାର କରିଥିବା ବେଳେ ଦୁଇ ଜଣ ବୁଡି ଯାଇଥିଲେ । ମୃତକ ମଧ୍ୟରୁ ଜଣେ ଚମ୍ପୁଆ କେରଳା ଇଂରାଜୀ ମିଡିୟମ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ନିତେଶ ପୋଦ୍ଦାର ବୋଲି ଜଣାପଡିଛି । ଅନ୍ୟଜଣେ ବଡବିଲର ପ୍ରିତମ ମହାନ୍ତ ଏମାନେ ଚମ୍ପୁଆ ଠାରେ ଏକ ମେସ କରି ରହି ପାଠ ପଢୁଥିବା ବେଳେ ଛୁଟି ଥିବାରୁ ସାଂଗ ହେଇ ନଦୀକୁ ଗାଧେଇବାକୁ ଯାଇ ବୁଡି ଯାଇଥିଲେ । ପରେ ଏମାନଙ୍କୁ ଚମ୍ପୁଆ ଡାକ୍ତର ଖାନା ଅଣାଯାଇଥିଲା । ଖବର ପାଇ ନିତେଶଙ୍କ ପରିବାର ଲୋକ ଡାକ୍ତର ଖାନାରେ ପହଞ୍ଚିଥିବା ବେଳେ ଡାକ୍ତର ଖାନା ପରିସରରେ ଶୋକାକୁଳ ପରିବେଶ ସୣଷ୍ଟି ହେଇଛି ।