ସଡ଼କ ଦୁର୍ଘଟଣାରେ ଦୁଇଜଣ ଡ୍ରାଇଭର ଗୃରୁତର ଆହତ

ବଡଚଣା / ବେଦପ୍ରକାଶ ନାୟକ: ସକାଳୁ ଛଣ୍ଡିଖୋଲ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣା୧୬ନମ୍ବର ଜାତିୟ ରାଜପଥରେ ଘଟିଥବବା ବେଳେ ଦୁଇଜଣ ଡ୍ରାଇଭର ଗୁରୁତର ଆହତ ହୋଇଥିବା କୁହାଯାଉଛି ।
ସୂଚନା ଅନୁଯାଇ ଜାତୀୟ ରାଜପଥର ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ଓଭର ବ୍ରିଜର ଶେଷ ମୁଣ୍ଡରେ ଓ ନେଉଳୁ ପୁର ପାଖାପାଖି ଘଟିଛି ଏହି ଦୁର୍ଘଟଣା । ଏକ ଆଇରନ୍ ବୋଝେଇ ଟ୍ରକ ରାସ୍ତା କଡରେ ଠିଆ ହୋଇଥିବା ବେଳେ ପଛପଟୁ ଆଉ ଏକ ମାଲ୍ ବୋଝେଇ ଟ୍ରକ ଜୋରରେ ଧକ୍କା ଦେଇଥିଲା । ଫଳରେ ପଛପଟୁ ବାଡେଇଥିବା ଟ୍ରକ ଡ୍ରାଇଭର ଦୁଇ ଜଣ ଗୃରୁତର ହୋଇ ପଡିଥିବା ଜଣାପଡିଛି। ଗୁରୁତର ଦୁଇଜଣ ହେଲେ ରମଜାନ ଖା , ଆଝାର ଉଦିନ୍ ଉଭୟ ରାଜସ୍ଥାନ ଅଞ୍ଚଳ ବୋଲି ଜଣାପଡିଛି । ଖବର ପାଇଁ ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ପହଞ୍ଚି ଗୁରୁତରକୁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପୋଲିସ ପହଞ୍ଚି ଗାଡି ଦୁଇଟିକୁ ଜବତ୍ କରି ତଦନ୍ତ ଜାରିରଖିଛି। ଏଠାରେ ସୂଚନାଯୋଗ୍ୟ ଚଣ୍ଡିଖୋଲ ଛକରେ ନିୟମିତ ଅନେକ ଟ୍ରକ ଦୀର୍ଘ ସମୟ ଧରି ଠିଆ ହୋଇ ରହିବା ଦ୍ବାରା ବାରମ୍ବାର ଦୁର୍ଘଟଣା ଘଟୁଛି।