ମୟୂରଭଞ୍ଜ:- ବିକାଶଶୀଳ ଦେଶଗୁଡିକରେ ଏବେ ବି ଟ୍ୟୁବୋରୋକୁଲୋସିସ୍ ବା ଟିବି ଏକ ଗଭୀର ସ୍ୱାସ୍ଥ୍ୟ ସମସ୍ୟା ଭାବରେ ଜଣାପଡୁଛି। ଏହା ଦୀର୍ଘକାଳୀନ ଚିକିତ୍ସା, ସାମାଜିକ ଓ ମାନସିକ ଚାପ୍ ନିମିତ୍ତ ରୋଗୀଙ୍କୁ ଅଧିକ ପୀଡ଼ା ଦେଇଥାଏ। ବିଶେଷକରି ଏଚ ଆଇ ଭି ଗ୍ରସ୍ତ ବ୍ୟକ୍ତି, ଯେଉଁମାନେ ଟିବି ସହିତ ସଂଯୁକ୍ତ ଭାବରେ ପୀଡ଼ିତ ହୁଅନ୍ତି ସେମାନଙ୍କ ପାଇଁ ଏହା ଏକ ମାରାତ୍ମକ ସ୍ଥିତି ହୋଇପଡ଼େ। ଏହି ଅଭିବ୍ୟକ୍ତି କୁ ଗଭୀର ଭାବେ ଅନୁଭବ କରି, ରାଜ୍ୟ ଏକ ସଜାଗ ଓ କମ୍ୟୁନିଟି ଆଧାରିତ ସଂଗଠନ “କଳିଙ୍ଗ ନେଟୱର୍କ ଫର୍ ପିପୁଲ୍ ଲିଭିଙ୍ଗ ୱିଥ ଏଚ୍ ଆଇ ଭି / ଏଡ୍ସ” (କେ ଏନ୍ ପି ପ୍ଲସ) ମୟୂରଭଞ୍ଜ ଜିଲ୍ଲାରେ ଚାଲିଥିବା ତାଙ୍କର କେଆର୍ ଓ ସପୋର୍ଟ ସେଣ୍ଟର୍ ର ଦୁଇ ଜଣ HIV-TB ରୋଗୀଙ୍କୁ “ନିକ୍ଷୟ ମିତ୍ର” ଭାବରେ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି ।
ନିକ୍ଷୟ ମିତ୍ର ଅଭିଯାନ ସେପ୍ଟେମ୍ବର ୨୦୨୨ ରେ ମାନନୀୟ ପ୍ରଧାମନ୍ତ୍ରୀଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଟିବି ରୋଗୀ ମାନେ ସାଧାରଣ ଚିକିତ୍ସା ସହିତ ତାଙ୍କ ପାଇଁ ପୋଷଣ, ଅତିରିକ୍ତ ଡାଇଗ୍ନୋଷ୍ଟିକ ଓ ଜୀବିକା ର ଶିକ୍ଷା ମାଧ୍ୟମରେ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଓ ସମ୍ମାନ ନିମିତ୍ତ ସମର୍ଥନ ଦେବା। ମୟୂରଭଞ୍ଜ ଜିଲ୍ଲା ଟିବି ଅଧିକାରୀ କେ ଏନ୍ ପି ପ୍ଲସ ସଂଗଠନ ଙ୍କ ଏହି ଉଦ୍ୟମ କୁ ସ୍ବାଗତ କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଅନ୍ୟ ସଂଗଠନ ମାନଙ୍କୁ ମଧ୍ୟ ଏପରି ଉଦ୍ୟମ ଗ୍ରହଣ କରିବା ପାଇଁ ଆହ୍ବାନ କରିଛନ୍ତି।