ସ୍କୁଟି ଚାଳକଙ୍କୁ ପିଟିଲା ଟୁରିଷ୍ଟି ବସ, ଜଣେ ମୃତ

ରେଙ୍ଗାଲି/ ମନୋଜ ମୁଦୁଲି: ସ୍କୁଟି ଚାଳକଙ୍କୁ ପିଟିଲା ଟୁରିଷ୍ଟି ବସ । ଏଭଳି ଘଟରା ଦେଖିବାକୁ ମିଳିଛି ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଫ୍ରେଜର କ୍ଲବ ସାମ୍ନାରେ । ଏଥିରେ ସ୍କୁଟି ଚାଳକଙ୍କୁ ଜୀବନ ଚାଲିଯାଇଥିବା କୁହାଯାଉଛି ।
ସୁଚନା ଅନୁସାରେ ସ୍କୁଟି ଚାଳକ ରାସ୍ତାରେ ଯାଉଥିବା ବେଳେ ନିଲମାଧବ ନାମକ ଟୁରିଷ୍ଟ ବସ ସ୍କୁଟି ଚାଳକକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତେଣେ ଏ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ଲାଗିରହିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ବସ କୁ ଭାଙ୍ଗି ଥିବା ନେଇ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଘଟଣା ସ୍ଥଳରୁ ପୋଲିସ ବସକୁ ଛାଡି ଦେଇଥିବା ପ୍ରତିବାଦ କରି ଓ କ୍ଷତିପୂରଣ ସହ କାର୍ୟ୍ୟାନୁଷ୍ଠାନ ଦାବିକରି ସ୍ଥାନୀୟ ଜନସାଧାରଣ ଟାଉନ ଥାନା କୁ ଘେରାଉ କରିବା ସହ ଟାଉନ୍ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ରାସ୍ତୋରୋକ ଯାରି ରଖିଛନ୍ତି। ତେଣୁ ଘଟଣା ସ୍ଥଳରେ ପୋଲିସ ଏସଡିପିଓ ପ଼ହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ପଯ୍ୟନ୍ତ ପରିସ୍ଥିତି ନିୟନ୍ତ୍ରଣକୁ ଆସି ପାରିନଥିବା କୁହାଯାଉଛି ।