ପ୍ରେମ ପାଇଁ ସବୁକିଛି ଆପଣାଇଥିଲେ, ହେଲେ ଶେଷରେ ଅଲଗା ହେଲେ!

ପ୍ରେମ, ବିଶ୍ୱାସ ଆଉ ସମ୍ପର୍କର ଏକ ଭିନ୍ନ କାହାଣୀ ଏବେ ଚର୍ଚ୍ଚାରେ। ଦିନେ ଯାହାଙ୍କ ଭଲ ସ୍ୱାସ୍ଥ୍ୟ ପାଇଁ ହଜାର ହଜାର ପାହାଚ ଚଢ଼ି ଭଗବାନଙ୍କ ନିକଟରେ ମୁଣ୍ଡିଆ ମାରିଥିଲେ, ଆଜି ସେହି ସ୍ୱାମୀଙ୍କ ସହ ତାଙ୍କ ସମ୍ପର୍କରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଆମେ କହୁଛୁ ଦକ୍ଷିଣ ଭାରତୀୟ ସୁପରଷ୍ଟାର ତଥା ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ଏବଂ ତାଙ୍କ ପତ୍ନୀ ଆନ୍ନା ଲେଜନେଭାଙ୍କ କଥା।

ତୃତୀୟ ପତ୍ନୀଙ୍କୁ ବି ଛାଡ଼ପତ୍ର ଦେବେ ପୱନ୍ କଲ୍ୟାଣ - HRTV ODIA

ଚଳିତ ବର୍ଷ ଜୁଲାଇରେ ପୱନ କଲ୍ୟାଣଙ୍କ କାନ୍ଧରେ ଅସ୍ତ୍ରୋପଚାର ହେବା ପରେ ତାଙ୍କ ଆରୋଗ୍ୟ କାମନା କରି ଆନ୍ନା ତିରୁମାଳାର ଆଲିପିରି ରାସ୍ତା ଦେଇ ପ୍ରାୟ ୩୫୫୦ଟି ପାହାଚ ଚଢ଼ିଥିଲେ। ତାଙ୍କର ଏହି ଭକ୍ତି ଓ ଭଲପାଇବା ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ସାଉଁଟିଥିଲା। ୨୦୧୩ରେ ବିବାହ କରିଥିବା ଏହି ଦମ୍ପତିଙ୍କ ସଂସାର ଦୀର୍ଘ ୧୩ ବର୍ଷ ପରେ ଭାଙ୍ଗିବାକୁ ଯାଉଛି। ଉଭୟ ଏକ ମିଳିତ ବିବୃତି ଜାରି କରି ପାରସ୍ପରିକ ବୁଝାମଣାରେ ଅଲଗା ହେବା ନିଷ୍ପତ୍ତି ଜଣାଇଛନ୍ତି। ତେବେ ପିଲାମାନଙ୍କ ପ୍ରତି ନିଜ ଦାୟିତ୍ୱ ଜାରି ରଖିବେ ବୋଲି କହିଛନ୍ତି।