ଆଜି ନବୀନ ବାବୁଙ୍କ ଜନ୍ମଦିନ

ଭୁବନେଶ୍ୱର: ଆଜି ୭୬ ବର୍ଷ ବୟସରେ ପାଦ ଦେଇଛନ୍ତି ଓଡିଶାର ତଥା ଭାରତର ନମ୍ବର ୱାନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ୧୯୪୬ ମସିହାରେ ଅକ୍ଟୋବର ୧୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଓଡିଶାର ଜଣେ ପ୍ରତିଭାବାନ ଆଉ ପୋଖତ ରାଜନେତା । ତେବେ ଆଜି ତାଙ୍କ ଜନ୍ମଦିନକୁ ଆଡମ୍ବରରେ ପାଳନ ନ କରିବାକୁ ସେ ଦଳର କର୍ମୀ ଏବଂ କାର୍ଯ୍ୟକର୍ତ୍ତା ମାନଙ୍କୁ ଅନୁରୋଧ କରିଛନ୍ତି । ତେବେ ଯଦି କର୍ମକର୍ତ୍ତାମାନେ ତାଙ୍କ ଜନ୍ମଦିନକୁ ପାଳନ କରିବାକୁ ଚାହାଁନ୍ତି, ତେବେ କୋରୋନା କାଳରେ ପ୍ରାଣ ହରାଇଥିବା ସମସ୍ତ ଆକ୍ରାନ୍ତମାନଙ୍କ ପରିବାରକୁ ଭେଟି ଯଥା ଶକ୍ତି ସାହାଯ୍ୟ ପ୍ରଦାନ କରିବାକୁ ନିବେଦନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ।

ନବୀନଙ୍କ ଏହି ଶୁଭ ଜନ୍ମଦିନ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ରାଜନେତା ଏବଂ ବହୁ ବରିଷ୍ଠ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିଜ ଟ୍ୱିଟର ପେଜରେ ସେ ଜନ୍ମଦିନର ଶୁଭେଚ୍ଛା ସହିତ ଦୀର୍ଘାୟୁ କାମନା କରିଛନ୍ତି । ଅନ୍ୟ ପକ୍ଷରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଟ୍ୱିଟ କରି ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନର ଶୁଭେଚ୍ଚା ଜଣାଇଛନ୍ତି ।