ଦୀର୍ଘ ଦିନ ପରେ ସ୍ଵର୍ଗଦ୍ଵାରରୁ ହଟିଲା କଟକଣା

ଦୀର୍ଘ ଦିନ ପରେ ପୁରୀ ସ୍ଵର୍ଗଦ୍ଵାରରୁ ହଟିଲା କଟକଣା। ସ୍ଵର୍ଗଦ୍ଵାରରେ ଶବ ସତ୍କାର ପାଇଁ ମିଳିଲା ଅନୁମତି। ଆଜିଠୁ ସ୍ଵର୍ଗଦ୍ଵାରରେ ପୁରୀ ଜିଲ୍ଲା ତଥା ଜିଲ୍ଲା ବାହାରର ଲୋକେ ଆସି ଶବ ସତ୍କାର କରିପାରିବେ।

(ପୁରୀ) : ଦୀର୍ଘ ଦିନ ପରେ ପୁରୀ ସ୍ଵର୍ଗଦ୍ଵାରରୁ ହଟିଲା କଟକଣା। ସ୍ଵର୍ଗଦ୍ଵାରରେ ଶବ ସତ୍କାର ପାଇଁ ମିଳିଲା ଅନୁମତି। ଆଜିଠୁ ସ୍ଵର୍ଗଦ୍ଵାରରେ ପୁରୀ ଜିଲ୍ଲା ତଥା ଜିଲ୍ଲା ବାହାରର ଲୋକେ ଆସି ଶବ ସତ୍କାର କରିପାରିବେ। ତେବେ ଶବ ସତ୍କାର ବେଳେ ଶବ ସହ ୧୦ ଜଣଙ୍କୁ ଉପସ୍ଥିତ ରହିବାକୁ ଅନୁମତି ଦିଆଯାଇଛି । ଶବଦାହ ପାଇଁ ଆସିଥିବା ମୃତବ୍ୟକ୍ତିଙ୍କ କୋଭିଡ୍‌ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳ କରାଯାଇଛି।

କୋଭିଡ୍‌ ସଂକ୍ରମଣ ରୋକିବା ପାଇଁ ଏପ୍ରିଲ ୨୪ ତାରିଖରୁ ସ୍ୱର୍ଗଦ୍ୱାର ଶ୍ମଶାନ ଘାଟରେ ଜିଲ୍ଲା ବାହାର ଶବଦାହ ଉପରେ କଟକଣା ଲାଗୁ ହୋଇଥିଲା । ଏହା ସହ ମହୋଦଧିରେ ଅସ୍ଥି ବିସର୍ଜନ ଉପରେ ବି ପ୍ରଶାସନ ନିଷେଧାଦେଶ ଲାଗୁ କରିଥିଲା । ଶନିବାର ସ୍ୱର୍ଗଦ୍ୱାର ଶ୍ମଶାନଘାଟ ସେବା ସମିତିର ଆବାହକ ତଥା ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଏହି କଟକଣା ଅଗଷ୍ଟ ୧୬ରୁ ପ୍ରତ୍ୟାହାର ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା।