ଆଜି ପବିତ୍ର ଅକ୍ଷୟ ତୃତୀୟା
ଅକ୍ଷୟ ତୃତୀୟାର ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି
ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଭାବେ ପାନଳ କରନ୍ତି । ଏହା ମୁଖ୍ୟତଃ ଏକ କୃଷିଭିତିକ ପର୍ବ ହୋଇଥିବାରୁ ଗାଁ ରୁ ସହର ବେଶ୍ ଆନନ୍ଦ ଓ ଉତ୍ସାହର ସହ ଏହାକୁ ପାଳନ କରନ୍ତି ।ଏହି ଦିନ କୃଷକ ମାନେ କୃଷ୍ି କାର୍ଯ୍ୟର ଶୁଭାରମ୍ଭ କରଥାନ୍ତି । ଅକ୍ଷୟ ତୃତୀୟା ତିଥି ଅତ୍ୟନ୍ତ ଶୁଭ ହୋଇଥାଏ ସେଥିପାଇଁ ଏହି ଦିନ ଗୃହନିର୍ମାଣ, ବିବାହ ନିର୍ମନ୍ଧ ଆଦେି ଶୁଭକାମ ହୋଇଥାଏ ।ପୌରାଣିକ କଥା ଅନୁସାରେ ଆଜିର ଦିନରେ ସତ୍ୟ ଯୁବର ଆରମ୍ଭ ହୋଇଥିଲା ।ଅକ୍ଷୟ ତୃତୀୟାରେ ଋଷି ବେଦବ୍ୟାସ ଓ ପ୍ରଭୁ ଗଣେଶ ମହାଭାରତ ଲେଖିବା ଆରମ୍ଭ କରିଥିଲେ । ଏହି ଦିନ ସୂର୍ଣ୍ଣ କ୍ରୟ କଲେ ଲକ୍ଷ୍ମୀ ଧନଧାନ୍ୟରେ ଗୃହ ପୂର୍ଣ୍ଣ କରିଦିଅନ୍ତି ବୋଲି ବିଶ୍ବାସ ରହିଛି।ଗୀତଗୋବିନ୍ଦର ରଚୟିତା କବି ଜୟଦେବ ଅକ୍ଷୟ ତୃତୀୟା ଦିନ ଜନ୍ମଗ୍ରହଣ କରିଥିଲେ ବୋଲି କୁହାଯାଏ। ବଦ୍ରି-ନାରାୟଣ କବାଟ ଏହି ଦିନ ଖୋଲିଥାଏ ।ସଧବା ସ୍ତ୍ରୀମାନେ ଏହିଦିନ ‘ଷଠିଦେବୀଙ୍କ ପୂଜା କରିଥାନ୍ତି ଏହି ତିଥ୍ରେ ଶ୍ରୀଜୀଉମାନଙ୍କର ରଥନିର୍ମାଣ ପାଇଁ ଅନୁକୂଳ କରାଯାଏ ବିଧୂ ଅନୁସାରେ, ତିନିଖଣ୍ଡି ଧଉରା କାଠରେ ମନ୍ତ୍ରରେ ପୂଜିତ କୁରାଢି ଲଗା ବନଜାଗ ହୋମର ଆଚାର୍ୟ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଥାନ୍ତି ।
ଆଜି ଅକ୍ଷୟ ତୃତୀୟା ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ କରି ଲେଖିଛନ୍ତି ‘ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସଭିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଚାଷୀ ଭାଇଙ୍କ ଅକ୍ଷିମୁଠି ଅନୁକୂଳ ଚଳିତ ବର୍ଷ ଭଲ ଫସଲ ଅମଳ ହେବା ସହ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ।’