କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ । ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ମୋହନାର ଦାଶରଥୀ ଗମାଙ୍ଗ ଓ କଟକ-ବାରବାଟୀର ସେଫିଆ ଫିର୍ଦୋସଙ୍କୁ ପ୍ରଦେଶ କଂଗ୍ରେସ କମିଟିରୁ ନିଲମ୍ବିନ କରାଯାଇଛି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ । ଏହି ୩ ବିଧାୟକ ହ୍ବିପ ଉଲଂଘନ କରି ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ । ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ସହ କଂଗ୍ରେସର ସ୍ବାର୍ଥକୁ ଜଳାଞ୍ଜଳି ଦେଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଅରବିନ୍ଦ ଦାସ ।