ଭୁବନେଶ୍ୱର:- ଆଉ ଦିନ କେଇଟା ପରେ ଶାରଦୀୟ ଦୁର୍ଗାପୂଜା । ଏ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର ଚାଲିଛି । ତେବେ ଏଥର ଦୁର୍ଗାପୂଜା ଭସାଣିରେ ଡିଜେ, ଲେଜର ଲାଇଟ୍ ଓ ବାଣକୁ ନିଷିଦ୍ଧ କରାଯାଇଛି । କେବଳ ପାରମ୍ପରିକ ବାଜାରେ ହେବ ମା’ଙ୍କ ଭସାଣି । ଚଳିତ ବର୍ଷ ଦୁର୍ଗାପୂଜାକୁ ନେଇ ପୋଲିସ ସେବା ଭବନରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ପୋଲିସ କମିସନର ଏସ ଦେବଦତ୍ତ ସିଂ, ଅତିରିକ୍ତ କମିସନର ନରସିଂହ ଭୋଳ, ଡିସିପି ଜଗମୋହନ ମୀନା, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂଙ୍କ ସମେତ ବିଭିନ୍ନ ପୂଜା କମିଟିର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ।