ଓଡ଼ିଶା-ଆନ୍ଧ୍ର ଅଧିକାରୀଙ୍କ ମଧ୍ୟରେ ହେବ ଆଲୋଚନା

ଭୁବନେଶ୍ୱର:  ଓଡ଼ିଶା-ଆନ୍ଧ୍ରର ଅଧିକାରୀଙ୍କ ମଧ୍ୟରେ ସୀମା ବିବାଦକୁ ନେଇ ଆଜି ପୁଣି ବସିବ ବୈଠକ । ଗତ ୧୨ ତାରିଖରେ ବୈଠକ ବସିଥିଲା । ହେଲେ ଏଥିରେ ଆନ୍ଧ୍ରପ୍ରଦେଶ ପ୍ରଶାସନ ଉପଯୁକ୍ତ ପ୍ରମାଣ ଦେଖାଇପାରି ନଥିଲେ ।ଦ୍ୱିତୀୟ ଥର ଲାଗି ସୀମାନ୍ତକୁ ଲାଗିଥିବା ଚାଟୁଆ ଗାଁରେ ବସିବ ବୈଠକ । ଜିଲ୍ଲାପାଳ ଓ ସ୍ଥାନୀୟ ଅଧିକାରୀ ଏଥିରେ ଯୋଗ ଦେବେ । ଦ୍ୱିତୀୟ ବୈଠକ ପାଇଁ ଆନ୍ଧ୍ର ଅଧିକାରୀ ଓଡ଼ିଶା ଅଧିକାରୀଙ୍କୁ ଅନୁରୋଧ କରିଥିଲେ । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ରାଇପାହାଡ଼ ଗାଁଟି ଓଡ଼ିଶା ସୀମା ଭିତରେ ରହିଥିଲେ ସୁଦ୍ଧା ଆନ୍ଧ୍ର ଯୋଗାଉଛି ଯୋଜନା । ତେଲୁଗୁ ଫଳକ ଲଗାଇ, ସେଠାର ଲୋକଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇବା ସହ ଆବାସ ଯୋଜନାରେ ଘର ବାଣ୍ଟିଥିଲା । ଯାହାକୁ ନେଇ ପୁଣି ଆନ୍ଧ୍ର-ଓଡ଼ିଶା ମଧ୍ୟରେ ବିବାଦ ମୁଣ୍ଡ ଟେକିଥିଲା ।