ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କହିଛନ୍ତି ଯେ ବର୍ତ୍ତମାନ ପାଇଁ ତେଲ ଉପରୁ ଉତ୍ପାଦ ଶୁଳକ ହ୍ରାସ କରିବାର କୌଣସି ଯୋଜନା ନାହିଁ । ସାରା ଦେଶରେ ତେଲ ଦର ବଢିଚାଲିଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିଚାଲିଛି । ତେଲ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ଏବଂ ଏହା ଉପରୁ ଉତ୍ପାଦ ଶୁଳକ ହ୍ରାସ କରିବାକୁ କିଛି ଦିନ ତଳେ ପେଟ୍ରୋଲିୟମ ମନ୍ତ୍ରାଳୟ ଅର୍ଥମନ୍ତ୍ରାଳୟକୁ ଅନୁରୋଧ କରିଥିଲା । ତେଲଦର କମାଇବାକୁ ୟୁପିଏ ସରକାର ୧ ଲକ୍ଷ ୪୪ ହଜାର କୋଟିର ତୈଳ ବଣ୍ଡ୍ ଜାରି କରିଥିଲେ । ଏଥିପାଇଁ ଏବେ ସୁଧ ଦେବାକୁ ପଡ଼ୁଛି । ସରକାର ଗତ ୫ ବର୍ଷରେ ପ୍ରାୟ ୬୨ ହଜାର କୋଟିର ସୁଧ ପ୍ରଦାନ କରିଛନ୍ତି । ଆସନ୍ତା ୨୦୨୬ ସୁଦ୍ଧା ଆହୁରି ୩୭ ହଜାର କୋଟିର ସୁଧ ଦେବାକୁ ପଡ଼ିବ । ସୁଧ ଛଡ଼ା ଏବେ ବି ୧ ଲକ୍ଷ ୩୦ ହଜାର କୋଟିର ମୂଳ ପରିଶୋଧ କରିବାକୁ ରହିଛି । ସରକାରଙ୍କ ଉପରେ ଯଦି ଏହି ବୋଝ ନଥାନ୍ତା ତେବେ ସରକାର ତେଲ ଦର ହ୍ରାସ କରିଥାନ୍ତେ ବୋଲି ସେ କହିଛନ୍ତି ।