ଝାରସୁଗୁଡ଼ା: ବାରହା ଶିକାର କରିବା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ। ମୃତ ଯୁବକ ଜଣକ ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସେମଲିଆ ଗାଁର ଛବିଳ ସା ବୋଲି ଜଣାପଡ଼ିଛି।
ଛବିଳ ଆଜି ସକାଳୁ ସେମଲିଆ ଗାଁର ମୁଣ୍ଡା ପୋଖରୀକୁ ଗାଧେଇବା ପାଇଁ ଯାଉଥିବା ବେଳେ ପୋଖରୀ ରାସ୍ତା ନିକଟରେ ଏକ ବିଲରେ ବାରାହା ଶିକାର କରିବାପାଇଁ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଛବିଳଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ରେଙ୍ଗାଲି ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବାରାହା ଶିକାର ପାଇଁ ଏହି ବିଦ୍ୟୁତ ତାର କିଏ ବିଛେଇ ଥିଲେ ସେ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ ।