ଆଜି ଠାରୁ ଆରମ୍ଭ ହୋଇଛି ମହାପ୍ରଭୁ ହେଲା ରଥଭଙ୍ଗା କାମ

ପୁରୀ:- ଆଜି ଠାରୁ ଆରମ୍ଭ ହୋଇଛି ମହାପ୍ରଭୁ ହେଲା ରଥଭଙ୍ଗା କାମ । ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ରଥଭଙ୍ଗା ଚାଲିଛି । ପ୍ରଥମେ ଦେବଦଳନ ରଥର କାଠ ଭଙ୍ଗାଚାଲିଥିବାବେଳେ, ପରେ ତାଳଧ୍ୱଜ ରଥ ଭଙ୍ଗାଯିବ । ଏହା ପରେ ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବା ପରମ୍ପରା ରହିଛି । ଏହା ପରେ ପ୍ରତିବର୍ଷ ପରି ଚଳିତ ଥର ବର୍ଷ ଶ୍ରୀଜିଉଙ୍କ ତିନି ରଥର ଚକ, ପ୍ରଭା, ଦ୍ୱାର ବେଢା, କୋଣଗୁଜ ନିଲାମ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ନିଲାମ କରାଯିବ । ଶ୍ରୀମନ୍ଦିରର ଭୋଇସେବକମାନେ ଏହି ରଥଭଙ୍ଗା କାର୍ୟ୍ୟରେ ନିୟୋଜିତ ହୋଇଥିବା ବେଳେ ରଥଭଙ୍ଗା ସମୟରେ ରଥନିକଟରେ କଡାସୁରକ୍ଷା ବ୍ୟବସ୍ଥା କରାଯାଇଛି ।