ହୀରାକୁଦ ଜଳ ଭଣ୍ଡାରର ଜଳ ସ୍ତର ବଢୁଛି, ଅପରାହ୍ନରେ ଖୋଲିବ ଅଧିକ ଗେଟ

ସମ୍ବଲପୁର: ବର୍ଷକୁ ନେଇ ବଢୁଛି ହୀରାକୁଦ ଜଳ ଭଣ୍ଡାର । ଗତ ୨୪ ଘଣ୍ଟାରେ ବଢିଲା ୬ଫୁଟ ବୃଦ୍ଧି ପାଇଛି ଜଳସ୍ତର । ଗତକାଲି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୦୯ ଫୁଟ ଥିବାବେଳେ ଆଜି ତାହା ୬୧୫ ଫୁଟ ଅତିକ୍ରମ କରିଛି। ଦୃତ ଗତିରେ ବଢିଚାଲିଛି ଡ୍ୟାମର ପାଣି । ପ୍ରତି ସେକେଣ୍ଡରେ ଡ୍ୟାମ ଭିତରକୁ ପ୍ରବେଶ କରୁଛି ୪ ଲକ୍ଷ ୭୭ ହଜାର ୨୯୦ ଘନଫୁଟ ବନ୍ୟାଜଳ। ୨ ଟି ଗେଟରେ ନିଷ୍କାସିତ ହେଉଛି ୬୬ ହଜାର ଘନଫୁଟ। ଅପରାହ୍ନରେ ହୀରାକୁଦ ଖୋଲିବ ଅଧିକ ଗେଟ ।