କଳାହାଣ୍ଡି(ଗୋଲାପ ସାହୁ) : ରାସ୍ତା ସମସ୍ୟା ଯୋଗୁ ଧାରଣାରେ ବସିଲେ ଗ୍ରାମବାସୀ।କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କୁଚାଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୁଟିଗୁଡା ଗ୍ରାମର ଶତାଧିକ ଗ୍ରାମବାସୀ ସୋମବାର ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।ସରକାର ପ୍ରତି ବର୍ଷ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦ କରି ଗ୍ରାମାଞ୍ଚଳ କୁ ସହର ସହ ଯୋଡିବାକୁ ପ୍ରୟାସ ଆରମ୍ଭକରି ଛନ୍ତି।ପଶ୍ଚିମ ଓଡିଶା ବିକାଶ ପରିଷଦ, ପ୍ରଧାନମନ୍ତ୍ରୀ ସଡକ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ମନରେଗା ଭଳି ଅନେକ ଯୋଜନା ରହିଛି।କିନ୍ତୁ ତୃଣମୂଳ ରେ ବିଭାଗୀୟ ଅଧିକାରୀ ମାନଙ୍କ ଉଚ୍ଚ ଦୂରଦୃଷ୍ଟି ର ଅଭାବ ସାଙ୍ଗକୁ ନିମ୍ନ ମାନର କାର୍ୟ୍ୟ ଯୋଗୁ ସବୁ ବାଟବଣା ହେଉଛି।ବ୍ଲକ ସଦରମହକୁମା ଠାରୁ ମାତ୍ର ୪ କିମି ଦୂର ରେ ଥିବା ଗାଁ କୁ ମଧ୍ୟ ପଦାଚଳା ରାସ୍ତାରଅଭାଵ ଥିବା ଅଭିଯୋଗ ହୋଇଛି।ଗ୍ରାମାଞ୍ଚଳର ବିକାଶ ହିଁ ରାଜ୍ୟ ତଥା ଦେଶର ବିକାଶ।ସୂଚନା ଅନୁଯାୟୀ ଜୟପାଟଣା ବ୍ଲକ ଠାରୁ ମାତ୍ର ୪କିମି ଦୂରରେ ଥିବା ଏହି ବୁଟିଗୁଡା ଗ୍ରାମରେ ଦୀର୍ଘ ବର୍ଷ ପରେବି ସାଧାରଣ ରାସ୍ତା ଟିଏ ନିର୍ମାଣ ହୋଇପାରି ନାହିଁ ।ଶୋଚନୀୟ ରାସ୍ତା ଯୋଗୁ ସ୍ବାସ୍ଥ୍ୟ ସମସ୍ୟା, ଛାତ୍ର, ଛାତ୍ରୀ ମାନେ ପାଠ ପଢିଯିବା ଠାରୁ ଆରମ୍ଭ କରି ଯାତାୟତ କ୍ଷେତ୍ରରେ ନାନା ପ୍ରକାର ଅସୁବିଧା ଦେଖା ଦେଉଛି।ଗାଁ କୁ ସହଜରେ ଆମ୍ବୁଲାନ୍ସ ମଧ୍ୟ ଯାଇପାରୁ ନାହିଁ।ଅଳ୍ପ ବର୍ଷା ହେଲେ ବେଳେ ସହର ଠାରୁ ଯୋଗାଯୋଗରୁ ବିଚ୍ଛିନ୍ନ ହେଉଥିବା ଅଭିଯୋଗ କରିଛନ୍ତି।ଗ୍ରାମପଞ୍ଚାୟତ ପକ୍ଷରୁ ମନରେଗା ଯୋଜନାରେ ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ବର୍ତ୍ତମାନ ତାହା ଅତି ସଂକୀର୍ଣ୍ଣ ହେବା ସହ ବଡ଼ ବଡ଼ ଖାଲ ରେ ଭର୍ତ୍ତି ହେଲାଣି। ବର୍ଷାସାରା କାଦୁଅ ରେ ଯାତାୟତ ଜଗୁ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ତେଣୁ ଏ ନେଇ ଆଜି ଜୟପାଟଣା ବିଡିଓ ଙ୍କୁ ଏକ ଦାବିପତ୍ର ଦେବା ସହ ମୁଖ୍ୟମନ୍ତ୍ରୀ ଙ୍କୁ ଉଦ୍ଧେଶ୍ୟରେ ଅନ୍ୟ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଏହାକୁ ଜିଲ୍ଲା ଯୁବ କଂଗ୍ରେସ ସମର୍ଥନ କରି ଗ୍ରାମବାସୀ ସହ ଧାରଣା ରେ ବସିଥିଲା।ବାଟିଗୁଡା ଗ୍ରାମର ମହେଶ୍ବର ଶବର, ଗୋବିନ୍ଦ ରାଉତ, ହରି ନାଏକ, ନବୀନ ପୁଝାରି ଜୟସିଂ ରାଉତ ଭଳି ଅନେକ ଲୋକ ଉପସ୍ଥିତ ଥିବା ବେଳେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲା ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ବେଣୁପାଣି ଦୁର୍ଗା, ସଭାପତି ଲିଙ୍ଗରାଜ ବେହେରା ,ଗଣେଶ ନାଗ, ଧର୍ମଗଡ ବିଧାନସଭା ଯୁବ କଂଗ୍ରେସ ସଭାପତି ଡାକେଶ୍ୱର୍ ଲହଜଲ୍ , କଲମପୁର ଯୁବ କଂଗ୍ରେସ ସଭାପତି ମାଧବ ସୁନାନୀ ପ୍ରମୁଖ ଧାରଣା ଦେଇଥିଲେ।ଏ ନେଇ ଜୟପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣବ କୁମାର ଚାନ୍ଦ ଙ୍କୁ ପଚାରିବାରୁ ସେ ଆମେ ସେ ମନରେଗା ଯୋଜନା ରାସ୍ତା ନିର୍ମାଣ ଆଦେଶ ଦେଇନାହୁ।କଣ ହୋଇଛି ତଦନ୍ତ କରି ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।