ବାଇକକୁ ପିଟିଲା ଟ୍ରକ, ବାଇକି ଆରୋହି ମୃତ

ଅନୁଗୋଳ : କଣିହାଁ ବ୍ଲକ ଅନ୍ତର୍ଗତ ନାଇକାନାଳି ଛକ ଠାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୁରୁକୁନା ଗ୍ରାମର ନିଶାକର ନାଏକ ଙ୍କ ପୁଅ ଅର୍ଜ୍ଜୁନ ନାଏକ ତାଙ୍କ ଶଶୁର ଘର ଗୁରୁ ଜାଙ୍ଗୁଲି ଗ୍ରାମରୁ ବାଇକି ଯୋଗେ ଫେରୁଥିବା ସମୟରେ ଏକ ଦୃତ ଗାମୀ ଆଇରନ ବୋଝେଇ ଟ୍ରକ ତାଙ୍କ ଵାଇକିକୁ ଧକାଦେଇଥିଲା ଯାଫଳରେ କି ସେଇଠି ତାଙ୍କର ଜୀବନ ଦୀପ ଲିଭିଯାଇ ଥିଲା । ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇ ତାଙ୍କ ପରିବାର ଦୁଖଃ ରେ ଭାଙ୍ଗି ପଡିଛନ୍ତି । ଏଣେ ତାଙ୍କ ସ୍ତ୍ରୀ ପାଞ୍ଚମାସର ଗର୍ଭବତୀ ଥିବାବେଳେ ଅସମୟରେ ମଥାରୁ ଲିଭିଯାଇଛି ସିନ୍ଦୂର। ତେଣୁ ଏପରିବାର ତଥା ତାଙ୍କ ସ୍ତ୍ରୀ ଙ୍କୁ କ୍ଷତିପୂରଣ ଦାବିରେ ୧୪୯ନମ୍ବର ଜାତୀୟ ରାଜପଥକୁ ଜନସାଧାରଣ ଅବରୋଧ କରିଥିଲେ ।ପରିଶେଷରେ ସମଲ ଥାନା ଅଧିକାରି ଓ କିଛି ବୁଦ୍ଧି ଜିବି ଆଲୋଚନା କରି ଜନସାଧାରଣ ଙ୍କୁ ବୁଝାମଣା କରାଇ ରାସ୍ତା ଅବରୋଧରରୁ ହଟାଇବା ସହିତ କିପରି ତାର ପରିବାର କ୍ଷତି ପୂରଣ ପାଇବ ସେବିଷୟରେ ଆଲୋଚନା କରିଥିଲେ ।