ନର୍ଲା ବ୍ଲକ ଯାଦବ ସମିତି ପକ୍ଷରୁ ସ୍ଥାନୀୟ ଯାଦବ ଭବନଠାରେ ନର୍ଲା ବ୍ଲକ୍ ଯାଦବ ସମିତି ର ନୂତନ କମିଟି ଗଠନ କୁ ନେଇ ନର୍ଲା ବ୍ଳକ୍ ଯାଦବ ସମିତି ସଭାପତି ଯୁଧିଷ୍ଠିର ଗଉଡଙ୍କ ଅଧ୍ୟକ୍ଷତାରେ ଏକ ସଧାରଣ ସଭା ଅନୁଷ୍ଠିତ ହୋଇଥିଲା ଉକ୍ତ ଆୟୋଜିତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅଭ୍ୟର୍ଥନା କମିଟି ସଭାପତି ଶ୍ରୀ ଗିରିଧାରୀ ଗଉଡ ଓ ସାଧାରଣ ସମ୍ପାଦକ ଶ୍ରୀ ତ୍ରିପୁରା ଗଉଡ, ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲା ଅଭ୍ୟର୍ଥନା କମିଟିର ମାଧବ ଲହଜଲ ଓ ଅରଖିତ ଭଇଁସାଲ ଯୋଗ ଦେଇଥିଲେ।

ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ଶ୍ରୀ ନୃପରାଜ ଯାଦବ, ସମ୍ମାନିତ ଅତିଥି ଭାବେ ଭବାନୀପାଟଣା ଯାଦବ ସମିତିର ଶ୍ରୀ ସତ୍ୟ ନାରାୟଣ ବିଶି ଓ ନଳିନୀକାନ୍ତ ରାଉତ, କେସିଙ୍ଗା ବ୍ଲକ ଯାଦବ ସମିତିର ଜଗନ୍ନାଥ ବାଗ ଓ ମହିପାଳ ନାଏକ, ଧର୍ମଗଡ଼ ଏନ୍ ଏସି ଯାଦବ ସମିତିର ଅନିରୁଦ୍ଧ ଲହଜାଲ, ଶିକ୍ଷାବିତ ପ୍ରଶୁନ୍ନ କୁମାର ଜାଲ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ଉପ ସଭାପତି ଦୁଲ୍ଲଭ ମାହାର, ବରିଷ୍ଠ ଯାଦବ ନେତା ହୃଷିକେଶ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଭାଗବତିଆ କବି ମଧୁସୂଦନ ରାଉତମଞ୍ଚ ପରିଚାଳନା କରିଥିବା ବେଳେ। ଏହି ଅବସରରେ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଶ୍ରୀ ଲିଙ୍ଗରାଜ କରୁଆଁ, ନର୍ଲା ବ୍ଲକ ଯାଦବ ସମିତିର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଥିବ ବେଳେ ଉପସଭାପତି ଭାବରେ ଦୁଲ୍ଲଭ ମାହାର, ସୁନୀଲ କୁମାର ଧଙ୍ଗଡାମାଝୀ ଓ ମାର୍କଣ୍ଡ ଜାଲ, ସାଧାରଣ ସମ୍ପାଦକ ଭାବେ ମଧୁସୂଦନ ରାଉତ, ଯୁଗ୍ମ ସମ୍ପାଦକ ଭାବରେ ଅଜିତ କରୁଆଁ, କୋଷାଧ୍ୟକ୍ଷ ଭାବେ ଗିରିଧାରୀ ଗଉଡ, ବ୍ଲକ ଯୁବ ଯାଦବ ସଭାପତି ଭାବେ ପ୍ରଶୁନ୍ନ କୁମାର ଜାଲ ନିର୍ବାଚିତ ହୋଇଛନ୍ତି। ଏହି ବ୍ଲକ୍ ଯାଦବ ନୂତନ କର୍ମ କର୍ତ୍ତା ଚୟନ କାର୍ଯ୍ୟକ୍ରମରେ ୨୫ ଗୋଟି ଆଞ୍ଚଳିକ ଯାଦବ ସମିତିର କର୍ମକର୍ତ୍ତାଙ୍କ ସମେତ ବହୁ ଯାଦବ ପୁରୁଷ ଓ ମହିଳାମାନେ ଉପସ୍ଥିତ ଥିଲେ।