ପୋଲିସ ହାତରେ ଲାଗିଲା ଶୁଭଲକ୍ଷ୍ମୀଙ୍କ କଲ ଡିଟେଲ୍ସ ରିପୋର୍ଟ

ଭୂବନେଶ୍ୱର: ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ମାମଲାରେ ପୋଲିସ ହାତରେ ଲାଗିଲା କଲ ଡିଟେଲ ରିପୋର୍ଟ । ଗତ ଦୁଇ ମାସର କଲ ଡିଟେଲ ରିପୋର୍ଟରୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ମିଳିଛି । ମୃତ୍ୟୁ ପୂର୍ବରୁ କାହା ସହ କଥା ହୋଇଥିଲେ ତାହା ଜାଣିବା ପାଇଁ ସିଡିଆର ରିପୋର୍ଟ ମଗାଇଥିଲା ପୋଲିସ । ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଭିସେରା ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ଶୁଭଲକ୍ଷ୍ମୀଙ୍କ ଦ୍ୱୀତିୟ ବନ୍ଧୁ ଅନୀଲକୁ ଥାନାକୁ ଡାକି ପୋଲିସ ଜେରା କରୁଛି ।