ବଜ୍ରକାପ୍ତା ଚୋରା ଚାଲାଣ ବେଳେ ଧରିଲା ପୋଲିସ

ବୋଦ୍ଧ : ଏସଟିଏଫ ଓ ବୋଦ୍ଧ ବନ ବିଭାଗର ମିଳିତ ରେଡରେ ବଜ୍ରକାପ୍ତା କାତି ଜବତ । ସୂଚନାନୁଯାୟୀ ବୋଦ୍ଧ ଥାନା ଜଗନ୍ନାଥ ରୋଡସ୍ଥିତ ବଘରାପାଲି ଛକ ନିକଟରୁ ଜବତ ହୋଇଛି ୧୧ କେଜି ବଜ୍ରକାପ୍ତା କାତି । ସେଥିରେ ଜଣେ ଅଭିଯୁକ୍ତ ପ୍ରଦୋଶ ମହାକୁଡଙ୍କୁ ଗିରଫ କରାଯାଇଛି ।

ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର ପରେ ବୋଦ୍ଧ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ତଥ୍ୟ ଅନୁସାରେ ୨୦୨୦ ସୁଦ୍ଧା ୧୮ଟି ହାତୀ ଦାନ୍ତ,୪୬ଟି ଶୁଆ, ୨୭ଟି ବାଘ ଛାଲ,୩୦ କେଜି ବଜ୍ରକାପ୍ତା କାତି,୭ଟି ହରିଣ ଛାଲ, ୧୩ଟି ଜୀବନ୍ତ ବଜ୍ରକାପ୍ତା ଇତ୍ୟାଦି ଜବତ କରାଯିବା ସହ ମୋଟ ୬୬ ଜଣଙ୍କୁ ଗିରଫ କରାଯାଇଛି ।