ଯିଏ ଦୋଷୀ ଛଡା ଯିବନି : ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର: ରାଜ୍ୟରେ ଦୁଇଟି ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ତ୍ରୁଟି ଯୋଗୁ ପରୀକ୍ଷାର୍ଥୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ)- ୨୦୨୩ ପରୀକ୍ଷାରେ ପ୍ରଶ୍ନପତ୍ର ଅଦଳବଦଳ ଯୋଗୁ ତ୍ରୁଟି ହୋଇଛି। ଅନୁରୂପ ଭାବେ ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ(ଓଏସଏସସି)ଦ୍ୱାରା ଆୟୋଜିତ ଏକ୍ସାଇଜ୍‌ ଓ ଟ୍ରାଫିକ୍‌ ଏସ୍‌ଆଇ ପରୀକ୍ଷାର ପ୍ରଶ୍ନପତ୍ର ପାଠ୍ୟକ୍ରମ ବାହାରୁ ଆସିଥିବାରୁ ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ ଆଣିଛନ୍ତି ପରୀକ୍ଷାର୍ଥୀ। ତେବେ ଏହି ପ୍ରଶ୍ନପତ୍ର ବିଭ୍ରାଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି, ବିଭ୍ରାଟରେ ଯେଉଁ  ବିଭାଗ ସଂଶ୍ଳିଷ୍ଟ ଅଛି ତଦନ୍ତ ହେବ କହିଲେ ମନ୍ତ୍ରୀ । ଯିଏ ଦୋଷୀ ଛଡାଯିବନି ।  ଏସଂକ୍ରାନ୍ତୀୟ  ବିଲ ବିଧାନସଭାରେ  ଆଇନରେ ପରିଣତ  ହୋଇଛି ।